www.samajalive.in
Monday, December 15, 2025
15.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ମିଳିତ ଅମଲା ମଞ୍ଚ

ଫୁଲବାଣୀ : ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ  ଲୋଢ଼ିଲା ମିଳିତ ଅମଲା ମଞ୍ଚ। ସୋମବାର ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଗୁରୁତ୍ୱପୂର୍ଣ୍ଣ ବୈଠକ ଅବି ସାମ୍ବାଦିକ ସମ୍ବିଳନୀ ସଦର ମହକୁମା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅମଲା ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ସେମାନଙ୍କ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ସୂଚନା ଯୋଗ୍ୟ, ଶିକ୍ଷାଗତ ଯୋଗ୍ୟତା  ସ୍ନାତକକୁ ଭିତ୍ତିକରି ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ମୂଳ ବେତନରେ ଥିବା ଅସଙ୍ଗତିକୁ ଦୂର କରାଯାଇ ଏହାକୁ ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାଇ ଲେଭେଲ ୯ ଅନୁଯାୟୀ ପ୍ରଦାନ କରାଯିବାକୁ ଏକମାତ୍ର ଦାବି  ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା ।  ବିଭିନ୍ନ ମାଧ୍ୟମରେ ଯଥା ୩୦ ଗୋଟି ସାଙ୍ଗଠନିକ ଜିଲ୍ଲାରୁ ସମ୍ପୃକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅମଲା ମାନଙ୍କ ଏକମାତ୍ର ଦାବୀକୁ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା। ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଶ୍ୱସନା ନ ପାଇ ବାଧ୍ୟ ହୋଇ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ମୁଖ୍ୟ ଶାସନ ସଚିବଙ୍କୁ ଏକ ୨୧ ଦିନିଆ ଚରମପତ୍ର ଗତ ମଇ ମାସ ୧ ତାରିଖରେ ପ୍ରଦାନ କରିଥିଲେ। ସେଥିରେ ମଇ ମାସ ୨୧ ତାରିଖ ମଧ୍ୟରେ ଦାବୀ ପୂରଣ କରାଯିବାକୁ ସମ୍ମାନୀୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରାଯାଇଥିଲା। ନଚେତ ମଇ ମାସ ୨୨ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ  ଅମଲା କଳା ବ୍ୟାଚ୍ ପରିଧାନ ପୂର୍ବକ କାର୍ଯ୍ୟ କରିବେ ଏବଂ ଦିଆଯାଇଥିବା ସମୟ ସୀମା ମଧ୍ୟରେ ଯଦି ସରକାର ଅମଲା ମାନଙ୍କର ଦାବି ପ୍ରତି ଉଦାସୀନତା ଦେଖାଇବେ,  ତେବେ ଜୁନ ମାସ ୧ ତାରିଖ ଠାରୁ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ସମୁହ ଛୁଟିରେ ଯିବେ ବୋଲି ସରକାରଙ୍କୁ ଅବଗତ କରାଇଥିଲେ।  ଏହାସତ୍ତ୍ବେ ମଧ୍ୟ ସରକାରଙ୍କ ତରଫରୁ ଅମଲା ମାନଙ୍କ ଦାବୀ ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। ଯାହାର ଫଳ ସ୍ୱରୂପ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଓଡିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଗତ ଜୁନ ୧ ତାରିଖ ଠାରୁ ସମୁହ ଛୁଟିରେ ଅଛନ୍ତି। ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ସହ ଦୁଇ ଦୁଇ ଥର ଆଲୋଚନା ହୋଇ ସାରିଥିଲେ ମଧ୍ୟ କୌଣସି ପ୍ରକାର ନିଷ୍କର୍ଷ ବାହାରି ପାରି ନାହିଁ।
ସେହି ବୈଠକରେ ମୁଖ୍ୟ ଶାସନ ସଚିବ ଅମଲା ମାନଙ୍କ ଦାବୀ ସମ୍ପର୍କରେ କୌଣସି ପ୍ରକାର ଆଲୋଚନାକୁ ନ ଯାଇ ପ୍ରତିନିଧି ମାନଙ୍କୁ କେବଳ ଧମକ ଚମକ ଦେଇ ଭୟଭୀତ କରିଥିଲେ। ଅମଲା ମାନଙ୍କ ପ୍ରତିନିଧି ମାନେ ମୁଖ୍ୟ ଶାସନ ସଚିବଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ପ୍ରସ୍ତୁତ ନ ଥିଲେ। ଏବେ ଅମଲା ମାନଙ୍କ ଆନ୍ଦୋଳନ ପାଇଁ ଜିଲ୍ଲା ମାନଙ୍କରେ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ମୁଖ୍ୟମନ୍ତ୍ରୀ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରି ଶୀଘ୍ର ସମାଧାନ କରିବା ପାଇଁ ସଙ୍ଘ ଦାବି କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories