କୃଷିମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଅଞ୍ଚଳର ଛଅଗାଁ, କଣ୍ଡରେଇ ଓ ଗୁରୁଡିଝାଟିଆ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଛି । କଣ୍ଡରେଇ ପଞ୍ଚାୟତର ଡାଳୁଆ ଠାରେ ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ତଥା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ। ଏହା ତୃଣମୂଳସ୍ତରରେ ଜନଜନାତି ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା  ଯୋଗାଇଦେବା ପାଇଁ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଦସ୍ୟା ମିନତୀ ଗାଗରାଇ, ଆଠଗଡ ପଞ୍ଚାୟତ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଉପାଧ୍ୟକ୍ଷ ସୁବାସ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଜ୍ଞାନରଞ୍ଜନ ଦାଶ, ସମିତିସଭ୍ୟ ବିଶ୍ୱନାଥ ପୂର୍ତ୍ତି, ବିଜୁ ଜନତା ଦଳ ବ୍ଲକ ଯୁବ ସଭାପତି ବିନୋଦ ମାଝି, ଗୋବରା ସରପଞ୍ଚ ଅଜିତ୍ ଦାସ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ସେହିଭଳି ଭାବେ ଛଅଗାଁ ଠାରେ କଲ୍ୟାଣ ମଣ୍ଡପର ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଗୁରୁଡିଝାଟିଆ ଠାରେ ଦଳୀୟ କାର୍ଯ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତର ଆଗଧାଡିର ଦଳୀୟ କର୍ମୀ ଓ ଗାଁ ମୁରବୀ ପ୍ରମୁଖ ଯୋଗଦେଇଥିଲେ।

Comments are closed.