ମେଡିକାଲ ଷ୍ଟୋରରୁ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି, ସିସିଟିଭିରେ କଏଦ ଚୋରିର ଦୃଶ୍ୟ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ଚାରି ନମ୍ବର ରୋଡ଼ରେ ଥିବା କ୍ରିଷ୍ଣା ମେଡିକୋ ମେଡିକାଲ ଷ୍ଟୋରରୁ ବିଳମ୍ବିତ ରାତିରେ ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି। ମେଡିକାଲ ଷ୍ଟୋରରେ କଣ୍ଟାବାଞ୍ଜି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ ଗତକାଲି ଦୋକାନ ବନ୍ଦ ପରେ ଘରକୁ ଯାଇଥିଲେ ଦୋକାନ ମାଲିକ। ରାତିରେ କିଛି ଜଣ ଦୁର୍ବୁର୍ତ୍ତ ନକଲି ଚାବିରେ ସଟର ଖୋଲି ୧ ଲକ୍ଷ ୩୫ ହଜାର ଟଙ୍କା ଚୋରି କରିନେଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି। ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ ଖବର ପାଇ ସିସିଟିଭି ଆଧାରରେ ତନ୍ନ ତନ୍ନ ଯାଞ୍ଚ କରୁଛି।
Comments are closed.