କୁଶପଲ୍ଲୀ ଛକରେ ପୁଲିସ ଓ ଜନତା ମଧ୍ୟରେ ଗଣ୍ଡଗୋଳ, ଗଛପକାଇ ରାସ୍ତା ଅବରୋଧ

ଚାନ୍ଦିପୁଟ: କୁଶପଲ୍ଲୀ ଛକରେ ପୁଲିସ ଓ ଜନତା ମଧ୍ୟରେ ଗଣ୍ଡଗୋଳ ଘଟିଛି। ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ପୁଲିସର ବେଆଇନ କାର୍ଯ୍ୟକଳାପ ଓ ଜନ ସାଧାରଣଙ୍କୁ ଦୁର୍ବ୍ୟବହାରକୁ କେନ୍ଦ୍ର ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି। ଘଟଣା ସ୍ଥଳରେ ଆର ଉଦୟଗିରି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଓ ୧୧୨ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି। ଅପରପକ୍ଷରେ ଗଜପତି ଜିଲା ଆର ଉଦୟଗିରି ଥାନା କୁଶପଲ୍ଲୀ ଛକରେ ଜନସାଧାରଣ ଗଛ କାଟି ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି।

prayash

ଆଜି ଆର ଉଦୟଗିରି ଥାନାର ଏକ ପୁଲିସ ଟିମ କୁଶପଲ୍ଲୀ ଛକରେ ସନ୍ଧ୍ୟାରେ ଯାନବାହାନ ଯାଞ୍ଚ କରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବକଙ୍କୁ ମଦ୍ୟପ ଗାଡି ଚାଳନା ଅଭିଯୋଗରେ ଉଠାଇ ନେବାକୁ ଗାଡିରେ ବସାଇଥିଲେ। କିନ୍ତୁ କିଛି ସମୟପରେ ଯୁକ୍ତିତର୍କ ଓ ମାଡ଼ ମାରି ଯୁବକକୁ ଛାଡିଦେଇଥିଲେ। ଏହି ସମୟରେ ପୁଲିସ ଜନସାଧାରଣଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଳଜ କରିବାରୁ ଜନସାଧାରଣ ଓ ପୁଲିସ ଟିମ ମଧ୍ୟରେ ଗଣ୍ଡଗୋଳର ରୂପ ନେଇଥିଲା। ପରସ୍ପର ମଧ୍ୟରେ ମାରପିଟ୍ ଘଟଣାକୁ କେତେକ ଯୁବକ ମୋବାଇଲରେ ଭିଡିଓ ସୁଟିଂ କରୁଥିବା ବେଳେ ପୁଲିସ ବଳ ପୂର୍ବକ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିବା ଅଭିଯୋଗରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ପୁଲିସର ଏଭଳି କାର୍ଯ୍ୟକଳାପ ଅଭିଯୋଗର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଏକହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଛନ୍ତି ଏବଂ ରାସ୍ତାରେ କାଠ ଗଣ୍ଡି ଓ ପଥର ପକାଇ କରିଛନ୍ତି ଅବରୋଧ କରିଛନ୍ତି। ଯାହାଫଳରେ ପାରଳାଖେମୁଣ୍ଡି ମୋହନା ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜରାସ୍ତାରେ ଯାତାୟତରେ ବ୍ୟାହତ ସୃଷ୍ଟି ହୋଇଥିଲା। ଥାନା ଅଧିକାରୀ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି। ଅପରପକ୍ଷରେ ଯାଞ୍ଚ୍ କରୁଥିବା ପୁଲିସ ଟିମ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

kalyan agarbati

Comments are closed.