www.samajalive.in
Sunday, December 14, 2025
19.1 C
Bhubaneswar

ଭୂତଳ ପୋଲରେ ଜମୁଛି ପାଣି

ଗୁରୁଡ଼ିଝାଟିଆ: ଏବେ ଗ୍ରୀଷ୍ମ ଦିନ। ଲଗାତାର ବର୍ଷା ହେଉନାହିଁ। କାଁଭାଁ ଅସରାଏ ବର୍ଷା ହେଲେ ମଧ୍ୟ ରେଳବାଇ ବିଭାଗ ଦ୍ୱାରା ଗୋବରାକୁ ଯିବା ପାଇଁ ଛଅଗାଁ ଗଡ଼ା ନିକଟରେ ନିର୍ମିତ ହୋଇଥିବା ଭୂତଳ ପୋଲରେ ଦୁଇଫୁଟ ଲେଖାଏର୍ ପାଣି ଜମିରହିୁଛି। ସଠିକ୍‌‌ ଢଙ୍ଗରେ ଜଳନିସ୍କାସନ ବ୍ୟବସ୍ଥା ହୋଇନଥିବାରୁ ଏଭଳି ସମାସ୍ୟା ଦେଖାଯାଉଛି। ଫଳରେ ବିଭାଗର ଏଭଳି ତୃଟିପୂର୍ଣ୍ଣ ଜଳନିସ୍କାସନ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନତା ପ୍ରଶ୍ନସୃଷ୍ଟି କରିବା ସହ କହିବାକୁ ପଛାଇନାହାନ୍ତି ଏବେ ତ ଏମିତି, ବର୍ଷାଦିନେ ଲୋକମାନେ କିଭଳି ଭାବେର ଏହି ଭୂତଳ ରେଳପୋଲ ଦେଇ ଗମନାଗମନ କରିବେ। ପ୍ରକାଶଯୋଗ୍ୟ ସେଠାରେ ଥିବା ଏକ ଲେବୁଲ କ୍ରସିଂକୁ ବନ୍ଦ କରିଦିଆଯାଇ ବିଭାଗ ପକ୍ଷରୁ ଏକ ଭୂତଳ ପୋଲ ନିର୍ମାଣ କରାଯାଇ ଜନସାଧାରଣଙ୍କ ଯାତାୟାତ ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ପୋଲ ଦେଇ ଗୋବରା, ଗୋବରା ଶାସନ, ଖାକ୍ସା, ମହୁରିଆ, ବଣଖମଣ, ଦଣ୍ଡାପଡ଼ିଆ, ତାଳପଡ଼ିଆ, ମହୁରିଆ, ରାଜବଲ୍ଲଭପୁର ଆଦି ଗାଁର ଜନସାଧାରଣ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଦ୍ୟାର୍ଥୀମାନେ ଏହି ଭୂତଳ ପୋଲ ଦେଇ ଦୈନନ୍ଦିନ କାମରେ ଆଠଗଡ଼,ଗୁରୁଡ଼ିଝାଟିଆ ଓ କଟକ ଯାଇଥାନ୍ତି। ହେଲେ ଏବେ ଗ୍ରୀଷ୍ମଦିନେ ଅସରାଏ ବର୍ଷାରେ ପୋଲ ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍‌‌ ଢଙ୍ଗରେ କରାଯାଇନଥିବାରୁ ଏବେ ଦେଢ ଫୁଟରୁ ଦୁଇଫୁଟ ପାଣି ଜମିରହୁଛି। ଚତୁର୍ମାସିଆ ବର୍ଷାଦିନେ ଜନସାଧାରଣ ଏହି ପୋଲ ଦେଇ ଯାତାୟାତ କରିବା ବିପଦ ସଂକୁଳ ହୋଇପଡ଼ିବ। କିଭଳି ଏହି ଭୂତଳ ପୋଲ ଦେଇ ବର୍ଷାଦିନେ ଜନସାଧରଣ ଓ ବିଦ୍ୟାର୍ଥୀମାନେ ଯିବେ ତାହା ଚିନ୍ତାର ବିଷୟ ପାଲଟିଛି। ବିଭାଗ ଉତ୍ତମ କାରିଗରୀ କୌଶଳରେ ଭୂତଳ ପୋଲ ନିର୍ମାଣ କରି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କେଉଁଠି ବା ତ୍ରୁଟି ରହୁଛି ଯାହା ଫଳରେ କି ଭୂତଳ ରେଳପୋଲ ରାସ୍ତାରେ ପାଣି ଜମା ହୋଇ ରହୁଛି ନିଷ୍କାସିତ ହୋଇପାରୁନାହିଁ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories