www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ଵନାଥ ଆଦର୍ଶ ବିଦ୍ୟାଳୟରେ ଜନଭାଗିଦାରୀ କାର୍ଯ୍ୟକ୍ରମ

ଆଠଗଡ :  ଆଠଗଡ ବ୍ଲକ ଶିକ୍ଷାଧିକାରୀଙ୍କ ତତ୍ତ୍ବାବଧାନରେ ବ୍ଲକର ୧୭ଟି କ୍ଲଷ୍ଟରରେ ଜନଭାଗିଦାରୀ କାର୍ଯ୍ୟକ୍ରମ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆଠଗଡ ଏନଏସି କ୍ଲଷ୍ଟରର ଜନଭାଗିଦାରୀ କାର୍ଯ୍ୟକ୍ରମ ସ୍ଥାନୀୟ ବିଶ୍ଵନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ଯୋଗଦେଇ ଜନଭାଗିଦାରୀ କାର୍ଯ୍ୟକ୍ରମର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା ଏହାର ମୂଳ ଲକ୍ଷ୍ୟ ଏବଂ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶିକ୍ଷାବିତଙ୍କ ସହଭାଗିତାରେ ଏହି ଯୋଜନା ସଫଳତା ହାସଲ କରିପାରିବ ବୋଲି ଶ୍ରୀମତୀ ସାମଲ ପ୍ରକାଶ କରିଥିଲେ । ଏହି ଅବସରରେ ସେଠାରେ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ପ୍ଲାକାର୍ଡ, ଲିଫଲେଟ ବଣ୍ଟନ, ଯୋଗ, ପ୍ରାଣାୟାମ, କବିତା ଆବୃତ୍ତି, ଗଳ୍ପ କଥନ, ଶବ୍ଦ ଖେଳ, ଗଣିତ ଖେଳ ଇତ୍ୟାଦି ସ୍ଥାନ ପାଇଥିଲା ।
ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଣତି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ସହକାରୀ ବ୍ଲକ ଶିକ୍ଷାଧିକାରୀ ନବ କିଶୋର ସାହୁ, ଶିକ୍ଷାବିତ ଶ୍ରୃତିଧର ପ୍ରଧାନ, ଧରଣୀଧର ମହାପାତ୍ର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇ ଏହି କାର୍ଯ୍ୟକ୍ରମ ୧ମ, ୨ୟ ଓ ୩ୟ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏହା ସେମାନଙ୍କ ଜ୍ଞାନ ବୃଦ୍ଧିରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ବିଶ୍ଵନାଥ ଆଦର୍ଶ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories