www.samajalive.in
Saturday, December 6, 2025
15.1 C
Bhubaneswar

ଶ୍ବାସରୁଦ୍ଧ ରାଜଧାନୀ

ଭାରତର ସମସ୍ତ ମହାନଗର ଓ ପ୍ରମୁଖ ନଗରୀ ପ୍ରଦୂଷଣର ବିଷବଳୟରେ। ଏଥିରେ ସବୁଠୁ ଦୟନୀୟ ସ୍ଥିତିରେ ରହିଛି ଜାତୀୟ ରାଜଧାନୀ କ୍ଷେତ୍ର ନୂଆଦିଲ୍ଲୀ। ଏଥର ଦୀପାବଳି ବାଣଫୁଟା ଉପରେ ସୁପ୍ରିମକୋର୍ଟଙ୍କ ଦେଶବ୍ୟାପୀ କଟକଣାର କିଞ୍ଚିତ ପ୍ରଭାବ ପରିଲକ୍ଷିତ ହୋଇଥିଲେ ମଧ୍ୟ ଦିଲ୍ଲୀର ସ୍ଥିତି ପ୍ରାୟତଃ ଅପରିବର୍ତ୍ତିତ ରହିଛି। ଦୀପାବଳିର ପ୍ରଦୂଷଣ ସହିତ ଦିଲ୍ଲୀ ଚତୁଃପାର୍ଶ୍ବର ରାଜ୍ୟମାନଙ୍କରେ ଚାଷୀଙ୍କ ଦ୍ବାରା ନଡ଼ା ଓ ଫସଲ ଅବଶେଷ ପୋଡ଼ି ପରିସ୍ଥିତିକୁ ଗୁରୁତର କରିିଛି। ଧୂଆଁ ଓ ଧୂଳିରେ ଆଚ୍ଛାଦିତ ଦିଲ୍ଲୀ ବାୟୁମଣ୍ଡଳ ପ୍ରଦୂଷିତ ହୋଇ ରାଜଧାନୀବାସୀଙ୍କୁ ଶ୍ବାସରୁଦ୍ଧ କରିଛି। ପରିସ୍ଥିତିକୁ ନଜରରେ ରଖି କର୍ତ୍ତୃପକ୍ଷ ନଗରୀରେ ଭାରିଯାନ ଚଳାଚଳକୁ ସାମୟିକ ଭାବେ ନିଷିଦ୍ଧ କରିଛନ୍ତି।
ଦିଲ୍ଲୀ ଦେଶର ରାଜଧାନୀ ଓ ପ୍ରାଣକେନ୍ଦ୍ର। ସେଠାରେ ଦେଶର ସବୁଠୁ ବୁଦ୍ଧିମାନ, ପ୍ରତ୍ୟୁତ୍ପନ୍ନମତି ମିଜାଜ୍‌ ବିଶିଷ୍ଟ ବ୍ୟକ୍ତିବିଶେଷ, ଶାସକ, ବିଚାରକ, ନୀତିନିର୍ଦ୍ଧାରକ, ବୈଜ୍ଞାନିକ ଓ ବିଶେଷଜ୍ଞ ବସବାସ କରୁଛନ୍ତି। ସେଠାକାର ପରିବେଶ ଓ ପରିସ୍ଥିତି ସମ୍ପର୍କରେ ​‌େ​‌ସମାନେ ସ୍ବୟଂ ଅବଗତ। ତେଣୁ ପ୍ରତିକାର ଚିନ୍ତା ସେମାନଙ୍କର, ବାହାର ଦୁନିଆର ନୁହେଁ। ଏବେ ବାହାର ଦୁନିଆର ଲୋକଙ୍କ ପାଇଁ ଦିଲ୍ଲୀ ନିଶ୍ଚିତଭାବେ ଏକ ଆକର୍ଷଣର ସ୍ଥଳ ନୁହେଁ। ଏହା ମଧ୍ୟ କ୍ରମବର୍ଦ୍ଧିଷ୍ଣୁ ପ୍ରଦୂଷଣ ଯୋଗୁଁ ଭବିଷ୍ୟତରେ ଦେଶର କ୍ଷମତାର କେନ୍ଦ୍ର (ରାଜଧାନୀ) ହୋଇ ରହିବ କି ନାହିଁ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ପ୍ରଦୂଷଣ ଇତିହାସରେ ବୋଧହୁଏ ଦିଲ୍ଲୀ ବିଶ୍ବର ପ୍ରଥମ ରାଜଧାନୀ ଯେଉଁଠି ଏବେ ସବୁଜ ଜରୁରୀକାଳୀନ (ଗ୍ରୀନ ଏମରଜେନ୍ସି) ପରିସ୍ଥିତି ଜାରିର ଆବଶ୍ୟକତା ପଡ଼ିଲାଣି। ଆମ ବିଚାରରେ ଏହା ଯଥେଷ୍ଟ ହୋଇଗଲାଣି ଏବଂ ସ୍ବଚ୍ଛଭାରତ ଭଳି ପ୍ରଦୂଷଣମୁକ୍ତ ନୂଆଦିଲ୍ଲୀ ଗଠନ ପାଇଁ ସରକାରଙ୍କୁ ଏକ ଜାତୀୟଯୋଜନା କାର୍ଯ୍ୟକାରୀ କରିବାର ସମୟ ଆସିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories