୬ ବର୍ଷ ପରେ ପାକିସ୍ତାନରେ ମଲାଲା

0

ଇସଲାମାବାଦ: ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନରେ ପହଞ୍ଚିଛନ୍ତି। ନିଜ ଉପରେ ହୋଇଥିବା ଆକ୍ରମଣର ୬ ବର୍ଷ ପରେ ମଲାଲା ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି। ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ବିରୋଧ କରି ୨୦୧୨ରେ ତାଲିବାନ ସଂଗଠନର ଜଣେ ବନ୍ଧୁକଧାରୀ ମଲାଲାଙ୍କୁ ଗୁଳି କରିଥିଲା। ଆକ୍ରମଣ ପରେ ସେ ହାରି ନ ଥିଲେ। ବ୍ରିଟେନରେ ସେ ପାଠ ପଢ଼ିବା ସହ ବାଳିକା ଶିକ୍ଷା ସଚେତନତା ଲାଗି ଉଦ୍ୟମ ଚଳାଇଥିଲେ। ଏଥିପାଇଁ ତାଙ୍କୁ ୨୦୧୪ରେ ଗ୍ଲୋବାଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆକ୍ରମଣ ପରେ ମଲାଲା ଇଂଲଣ୍ଡରେ ରହି ଆସୁଛନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବୁଧବାର ରାତି ୧ଟା ୪୦ ମିନିଟରେ ଇସଲାମାବାଦର ବେନଜୁର ଭୁଟ୍ଟୋ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିଥିଲେ। ମଲାଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଆବାସୀଙ୍କୁ ସାକ୍ଷାତ୍‍ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଅନ୍ୟ କେତୋଟି କାର୍ଯ୍ୟକ୍ରମରେ ମଧ୍ୟ ମଲାଲା ଭାଗ ନେବେ।

Leave A Reply