www.samajalive.in
Monday, December 15, 2025
16.1 C
Bhubaneswar

ସପ୍ତମ ଦିନରେ ଅମଲାଙ୍କ ଧାରଣା, ଓକିଲ ସଂଘର ସମର୍ଥନ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଆହ୍ବାନକ୍ରମେ କର୍ମଚାରୀ ସାମୂହିକ ଛୁଟିରେ ରହିବା ସହ ଆଜି ସପ୍ତମ ଦିନରେ ଗ୍ରେଡ଼ ପେ ଦାବିକୁ ନେଇ ଧାରଣା ଜାରି ରଖିଛନ୍ତି। କଣ୍ଟାବାଞ୍ଜି ସବଟ୍ରେଜେରୀ ସମ୍ମୁଖରେ ୭ଦିନ ହେଲା ସଖାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୪୦ଡିଗ୍ରୀରୁ ଊର୍ଦ୍ଧ୍ବ ଖରାରେ ଗ୍ରେଡ଼ ପେ ବୃଦ୍ଧି ଦାବିରେ ଧାରଣାରେ ବସିଥିବା ବେଳେ ସମସ୍ତ କାର୍ଯ୍ୟାଳୟରେ ଏକ ପ୍ରକାର ଅଚଳ ଅବସ୍ଥା ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଗତକାଲି ସ୍ଥାନୀୟ ଓକିଲ ସଂଘ ସଭାପତି ସମିମ ଅହମଦ ଖାଁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଧାରଣା ସ୍ଥଳକୁ ଆସି ଅମଲାମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି। ରାଜ୍ୟ ସରକାର ଦାବି ପୂରଣ ଦିଗରେ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ ନକରିବା ଯୋଗୁ ସେମାନେ ସାମୂହିକ ଛୁଟିରେ ଅଛନ୍ତି ବୋଲି ଧାରଣାରେ ବସୁଥିବା କର୍ମଚାରୀଙ୍କ ସୂତ୍ରରୁ ଜଣାପଡିଛି।

ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ନାମଲେଖା ସମୟ, ନାମଲେଖା ପାଇଁ ଜାତିଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣପତ୍ରର ଆବଶ୍ୟକତା ଥିବା ବେଳେ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅମଲା ସଂଘର ଦାବିଯୁକ୍ତି ଯୁକ୍ତ। ଏଣୁ ମିଳିତ ଅମଲା ମଞ୍ଚ ଦାବିକୁ ଯଥାଶୀଘ୍ର ସମାଧାନ କରିବାକୁ ଓକିଲ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଓକିଲ ସଂଘ ପ୍ରତିନିଧି ମଣ୍ଡଳରେ ସହଦେଵ ନାଗ, ପ୍ରଫୁଲ୍ଲ ନାୟକ, ବୃନ୍ଦାବନ ରାଉତ, ଶେଷଦେବ ପୁଟେଲ, ଦୁଃଖିଶ୍ୟାମ ଗୁରୁ, ବିଜୟ ଶର୍ମା, ବେଣୁଧର ଜାଲ ପ୍ରମୁଖ ଆଇନଜୀବୀ ଉପସ୍ଥିତ ଥିଲେ। ଆଜିର ଧାରଣା କଣ୍ଟାବାଞ୍ଜି ଏନଏସି ଅଞ୍ଚଳ ତହସିଲ, ପୂର୍ତ୍ତ ବିଭାଗ, ସବ ଟ୍ରେଜେରୀ ଓ ବିଭିନ୍ନ କାର୍ଯ୍ୟାଳୟ ଅମଲାଙ୍କ ସହ ବଙ୍ଗୋମୁଣ୍ଡା, ତୁରେକେଲା, ମୁରିବାହାଲ ବ୍ଲକ, ହାଇସ୍କୁଲ, ବିଇଓ କାର୍ଯ୍ୟାଳୟ ଏବଂ ଆଇସିଡିଏସ କାର୍ଯ୍ୟାଳୟର ପ୍ରମୁଖ ସହାୟକ କର୍ମଚାରୀ ପ୍ରଫୁଲ୍ଲ କୁମାର ପ୍ରଧାନ, ଗଣେଶ ରାମ ମେହେର ପ୍ରମୁଖ ଧାରଣାରେ ବସିଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories