ଶନିବାର ରାଶିଫଳ

0

ମେଷ: ପତ୍ନୀଙ୍କ ସହିତ ମନୋମାଳିନ୍ୟ ହେବାର ସୂଚନା ମିଳୁଛି। ସେବାନୁରକ୍ତ ହୋଇପାରନ୍ତି। ସୁବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ବୃଷ: ବ୍ୟବସାୟରେ ଲାଭବାନ ହେବେ। ସେବା ମନୋଭାବର ହୋଇପାରନ୍ତି। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଧୈର୍ଯ୍ୟବାନ ଓ ଶାନ୍ତ ସ୍ୱଭାବର ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କରିବେ। ସମର ବିଶାରଦ ହେବେ।

ମିଥୁନ: ନିଜକୁ ନିଜେ ଉଚ୍ଚାସୀନ ବୋଲି ମନେ କରିପାରନ୍ତି। ଚକ୍ଷୁ ଯନ୍ତ୍ରଣା ଭୋଗ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

କର୍କଟ: ଶୁଭ ସମାଚାର ପାଇ ଖୁସି ହେବେ। ଲିଖନ ପଠନରେ କୃତ୍ତିତ୍ତ୍ୱ ହାସଲ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ।

ସିଂହ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମାତ୍ର ବାକ୍ୟ ଅସଂଯମତା ଯୋଗୁଁ ଅପଦସ୍ତ ହେବାର ସୂଚନା ମିଳୁଛି। ଉଦାର ସ୍ୱଭାବ ଓ ଦାନଶୀଳ ହେବେ। ବିଶିଷ୍ଟ ବ୍ୟକ୍ତି ଭାବେ ବିବେଚିତ ହେବେ। କୃଷିରୁ ଲାଭ ମିଳିବ।

କନ୍ୟା: ମାନସିକ ସ୍ତରରେ ଦୃଢ଼ତା ବୃଦ୍ଧି ପାଇବ। ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବ ଓ ମିଷ୍ଟଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ସାହସୀ , ପ୍ରେମୀ ଓ ଭ୍ରାତୃସ୍ନେହୀ ହେବେ।

prayash

ତୁଳା: ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ତରବାର ନହୋଇ ଅପେକ୍ଷାରତ ହେଲେ ସଫଳତା ଅବଶ୍ୟ ମିଳିବ। ସୌଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।

ବିଛା: ବ୍ୟବସାୟରେ ପ୍ରଭୂତ ଉନ୍ନତି ସାଧନ କରିବେ। ସୁଖ ଶାନ୍ତିରେ ଦିନଟି ଅତିବାହିତ ହୋଇପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ।

ଧନୁ: ପ୍ରତ୍ୟେକ କାର୍ଯ୍ୟ ବୁଝି ବିଚାରି କରିବେ। ଚଞ୍ଚଳ ସ୍ୱାଭବର ହୋଇପାରନ୍ତି। ନିରୋଳା ସ୍ଥାନରେ ସମୟ କଟାଇବାକୁ ଇଚ୍ଛାପ୍ରକାଶ କରିପାରନ୍ତି। ମଧୁର ଭାଷୀ ହେବେ। ଖର୍ଚ୍ଚାନ୍ତ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ସୁଶୀଳ ଓ ବିଧିଜ୍ଞ ହେବେ।

ମକର: ଆପଣଙ୍କ ବିରୋଧୀମାନେ ବିରୋଦ୍ଧରୁ ଅପସରି ଯିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ। ଲୋକ ପ୍ରିୟତା ଅର୍ଜନ କରିବେ। ବିଭାଗୀୟ ଅର୍ଥ ଓ ସମ୍ମାନ ମିଳିବ। ଆୟ ବୃଦ୍ଧି ହୋଇପାରେ।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ ପୂର୍ବକ ସୁଖ ଭୋଗ କରିପାରନ୍ତି। ପରିବାର ପ୍ରତି ସ୍ନେହ, ସିଦିଚ୍ଛା ରହିବ।

ମୀନ: ନିର୍ଭୀକ ଭାବେ କାର୍ଯ୍ୟ କରିବେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ ବିତାଇ ପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀୀ ହେବେ।

Leave A Reply