www.samajalive.in
Saturday, December 13, 2025
23.1 C
Bhubaneswar

୨ୟ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ଆଡିଲେଡ୍‍ : ଶୁକ୍ରବାର ଏଠାରେ ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ୭ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୪୮.୩ ଓଭରରେ ୨୩୧ ରନରେ ଅଲଆଉଟ ହୋଇଥିଲା। ଆଲେକ୍ସ କ୍ୟାରେ ୪୭, କ୍ରିସ ଲିନ୍‍ ୪୪, ଅଧିନାୟକ ଆରୋନ ଫିଞ୍ଚ୍‍ ୪୧ ଓ ଆଦାମ ଜମ୍ପା ୨୨ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୪ଟି, ଡ୍ୱେନ ପ୍ରିଟୋରିୟସ ୩ଟି ଓ ଡେଲ ଷ୍ଟେନ ୨ଟି ୱିକେଟ ଅକ୍ତିଆର କରିଥିଲେ।
୨୩୨ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ୧୮ ରନରେ ଓପନର କ୍ୱିଣ୍ଟନ ଡି’ କକ୍‍ଙ୍କ (୯) ୱିକେଟ ହରାଇଥିଲା। ୬୮ ରନ ମଧ୍ୟରେ ଦଳ ଏଡେନ ମାର୍କ୍ରାମ (୧୯), ରିଚା ହେଣ୍ଡ୍ରିକ୍‍ସ (୧୬) ଓ ହେନେରିକ୍‍ କ୍ଲାସେନଙ୍କ (୧୪) ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ଅଧିନାୟକ ଫାଫ୍‍ ଡୁ’ ପ୍ଲେସି ଓ ଡେଭିଡ ମିଲର ୫ମ ୱିକେଟ ପାଇଁ ୭୪ ରନ ଯୋଗକରି ଦଳୀୟ ଅଭିଯାନକୁ ଆଗେଇ ନେଇଥିଲେ। ଏହି ଯୋଡି କ୍ରିଜରେ ଜମିଆସୁଥିବାବେଳେ ପ୍ଲେସି ୪୭ ରନ କରି ଆଉଟ ହୋଇଥିଲେ। ଡେଲ ଷ୍ଟେନ (୩) ଓ କାଗିସୋ ରାବାଡା (୯) ସହଳ ଆଉଟ ହୋଇଥିବାବେଳେ ମିଲର ବ୍ୟକ୍ତିଗତ ୫୧ ରନ କରି ଦଳୀୟ ସ୍କୋର ୧୮୭ ରନରେ ୮ମ ଖେଳାଳିଭାବେ ଆଉଟ ହୋଇଥିଲେ। ଲୁଙ୍ଗି ଏଙ୍ଗିଡି ୧୯ ଓ ଇମ୍ରାନ ତାହିର ଅପରାଜିତ ୧୨ ରନ କରିଥିଲେ ସୁଦ୍ଧା ଦଳ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୨୪ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ଷ୍ଟୋଇନିସ ୩ଟି ଓ ମିଚେଲ ଷ୍ଟାର୍କ, ଜୋସ୍‍ ହାଜେଲଉଡ୍‍ ପ୍ରତ୍ୟେକ ୨ଟି ୱିକେଟ ଅକ୍ତିଆର କରିଥିଲେ। ଫିଞ୍ଚ୍‍ ‘ପ୍ଲେୟର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଏହି ବିଜୟ ଫଳରେ ତିନିଟିକିଆ ସିରିଜ ୧-୧ ସ୍ଥିତିରେ ପହଞ୍ଚିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories