www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ

ଗାଲେ : ଏଠାରେ ଚାଲିଥିବା ପ୍ରଥମ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୨୧୧ ରନରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ୪୬୨ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୫୦ ରନରେ ଅଲଆଉଟ ହୋଇଛି। ଏହି ବିଜୟ ଫଳରେ ଇଂଲଣ୍ଡ ତିନିଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଆସନ୍ତା ୧୪ରୁ କାଣ୍ଡିରେ ସିରିଜର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।
ଶ୍ରୀଲଙ୍କା ପୂର୍ବଦିନ ସ୍କୋର ୦/୧୫ ରନରୁ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ଦିମୁଥ୍‍ କରୁଣାରତ୍ନେ (୨୬) ଓ କୌଶଲ ସିଲ୍‍ଭା (୩୦) ପ୍ରଥମ ୱିକେଟ ପାଇଁ ୫୧ ରନ ଯୋଗକରିଥିଲେ। ତେବେ ୫୯ ରନ ମଧ୍ୟରେ ଦୁଇ ଓପନର ଆଉଟ ହେବାଫଳରେ ଶ୍ରୀଲଙ୍କାର ବିଜୟ ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ମଧ୍ୟକ୍ରମରେ କୁଶଲ ମେଣ୍ଡିସ ୪୫, ଆଞ୍ଜେଲୋ ମାଥ୍ୟୁସ ୫୩ ଓ ଦିଲରୁୱାନ ପରେରା ୩୦ ରନ କରିଥିବାବେଳେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୫୦ ରନରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ସର୍ବାଧିକ ୪ଟି ଓ ଜ୍ୟାକ ଲିଚ୍‍ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଆଦିଲ ରସିଦ, ବେନ୍‍ ଷ୍ଟୋକ୍‍ସ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ। ଇଂଲଣ୍ଡ ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ବେନ୍‍ ଫୋକ୍‍ସ ‘ପ୍ଲେୟର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories