www.samajalive.in
Saturday, December 13, 2025
21.1 C
Bhubaneswar

କୈଫ୍‍ ଦିଲ୍ଲୀ ଡେୟାରଡେଭିଲ୍‍ସର ସହକାରୀ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ)ର ଅନ୍ୟତମ ଦଳ ଦିଲ୍ଲୀ ଡେୟାରଡେଭିଲ୍‍ସର ସହକାରୀ ପ୍ରଶିକ୍ଷକ ଭାବେ ଶୁକ୍ରବାର ଭାରତୀୟ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‍ ମହମ୍ମଦ କୈଫ୍‍ଙ୍କୁ ନିଯୁକ୍ତ କରାଯାଇଛି। ୨୦୧୯ ସିଜିନ୍‍ ପାଇଁ କୈଫ୍‍ ଦଳର ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିବେ ବୋଲି ଦଳୀୟ ସୂତ୍ରରୁ ଘୋଷଣା କରାଯାଇଛି।
୨୦୧୭ ଆଇପିଏଲରେ କୈଫ୍‍ ଗୁଜରାଟ ଲାଏନ୍‍ସ ଦଳର ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି। ଦିଲ୍ଲୀ ଦଳରେ ରିକି ପଣ୍ଟିଂ ଓ ଜେମ୍‍ସ ହୋପ୍‍ସଙ୍କ ସହ କୈଫ୍‍ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଘରୋଇ ରଣଜୀ ଟ୍ରଫିରେ କୈଫ୍‍ ଛତିଶଗଡ଼ ଦଳର ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ଦିଲ୍ଲୀ ଦଳର ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇବା ପରେ ନିଜ ପ୍ରତିକ୍ରିୟାରେ କୈଫ୍‍ କହିଛନ୍ତି ଏପରି ସୁଯୋଗ ପାଇଥିବାରୁ ସେ ବେଶ୍‍ ଖୁସି ଅଛନ୍ତି। ଆଗାମୀ ସିଜିନରେ ଦଳକୁ ମଜବୁତ୍‍ କରିବାକୁ ସେ ପ୍ରୟାସ କରିବେ। ସେହିପରି ଦଳରେ ଥିବା ଯୁବ ଖେଳାଳିଙ୍କୁ ଅନ୍ତର୍ଜାତୀୟ କ୍ରିକେଟର୍‍ ଭାବେ ଗଢ଼ି ତୋଳିବା ଉପରେ ସେ ଧ୍ୟାନ ଦେବେ। ସେହିପରି ଦିଲ୍ଲୀ ଡେୟାରଡେଭିଲ୍‍ସର ନିର୍ଦେଶକ ମୁସ୍ତାଫା ଗାଉସ୍‍ ନିଜ ପ୍ରତିକ୍ରିୟାରେ କହିଥିଲେ କୈଫ୍‍ଙ୍କ ନିକଟରେ ବିପୁଳ ଅଭିଜ୍ଞତା ଥିବାରୁ ଦିଲ୍ଲୀ ଦଳର ଆଇପିଏଲରେ ଏହାର ଫାଇଦା ପାଇବ। ସୂଚନାଥାଉକି କୈଫ୍‍ କିଛିମାସ ପୂର୍ବେ ଖେଳାଳି ଭାବେ କ୍ରିକେଟ୍‍ରୁ ସନ୍ନ୍ୟାସ ନେଇଥିଲେ। ସେ ଭାରତ ପାଇଁ ୧୨୫ଟି ଦିନିକିଆ ଓ ୧୩ଟି ଟେଷ୍ଟ ମ୍ୟାଚ୍‍ ଖେଳିଥିଲେ। ଘରୋଇ ଟୁର୍ଣ୍ଣାମେଣ୍ଟରେ ସେ ୧୦,୨୨୯ ରନ୍‍ ସଂଗ୍ରହ କରିଛନ୍ତି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories