www.samajalive.in
Friday, December 12, 2025
15.1 C
Bhubaneswar

ଜାଣନ୍ତୁ, ଘର ଭଡା ପାଇଁ ଟଙ୍କା ନଥିବା ବେଳେ କେଉଁ ଖେଳାଳି ସାହାଯ୍ୟ କରିଥିଲେ ଶ୍ରୀସନ୍ତଙ୍କୁ

ମୁମ୍ବଇ : ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ’ ବିଗବସ୍‍-୧୨କୁ ନେଇ ଚର୍ଚ୍ଚା ଜୋର ଧରିଛି। କ୍ରିକେଟର ଶ୍ରୀସନ୍ତଙ୍କୁ ନେଇ ଅଧିକ ଚର୍ଚ୍ଚା ଲାଗିରହିଥିବା ଦେଖିବାକୁ ମିଳିଛି। ବିଗବସ୍‍ ପ୍ରତିଯୋଗୀ ଶ୍ରୀସନ୍ତ ତାଙ୍କ ଜୀବନର ଏକ ଅକୁହା କଥା ଶୋ’ ରେ କହି ସମସ୍ତଙ୍କୁ ବିମୋହିତ କରିଥିବା ଦେଖିବାକୁ ମିଳିଥିଲା। ଶ୍ରୀସନ୍ତ କହିଥିଲେ ‘ମୁଁ ଯେତେବେଳେ ବିଦ୍ୟାଳୟରେ ପାଠ ପଢୁଥିଲି କ୍ରିକେଟ ଅଭ୍ୟାସ ପାଇଁ ସକାଳ ୪.୩୦ରେ ୧୬କିମି ସାଇକେଲରେ ଯାଉଥିଲି। କ୍ରିକେଟ ଅଭ୍ୟାସ ପରେ ସେ ସ୍କୁଲକୁ ପଢିବାକୁ ଯାଉଥିଲେ। ବିଦ୍ୟାଳୟ ଶେଷ ହେବା ପରେ ପୁଣି ପଡିଆରେ ଅଭ୍ୟାସ କରି ଘରକୁ ଫେରୁଥିଲେ’। ସେ ଆହୁରି କହିଥିଲେ ୨୦୦୪ରେ କେରଳର ରଣଜୀ ଦଳରୁ ବହିଷ୍କାର ପରେ ଘର ଭଡା ଦେବାପାଇଁ ତାଙ୍କ ପାଖରେ ପଇସା ନଥିଲା। ସେ ସମୟରେ କ୍ରିକେଟର ମୁନାଫ ପଟେଲ ମୋତେ ସାହାଯ୍ୟ କରିବା ସହ ମୋର ସାହାସ ବଢାଇଥିଲେ। ଏତେ କଷ୍ଟ କରିବା ପରେ ମଧ୍ୟ ସବୁବେଳେ ଦଳରେ ସାମିଲ ହେଇପାରୁନଥିଲେ ବୋଲି ସେ କହିଛନ୍ତି। ସେହି ସମୟରେ ଗୋଟିଏ ମ୍ୟାଚ ପିଛା ୧ହଜାର ଟଙ୍କା ମିଳୁଥିଲା ଏବଂ ବର୍ଷକୁ ୧୫ହଜାର ଟଙ୍କା ରୋଜଗାର କରୁଥିବା ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories