ବଙ୍ଗଳାଦେଶ : ବଙ୍ଗଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଶରୀର ସଂମ୍ପୂର୍ଣ୍ଣ ସୁସ୍ଥ ଥିବା ଦର୍ଶାଇ ବଙ୍ଗବନ୍ଧୁ ଶେଖ ମୁଜିବ ମେଡିକାଲରୁ ଗୁରୁବାର ତାଙ୍କୁ ଜେଲଙ୍କୁ ପଠାଇ ଦିଆଯାଇଛି। ବଙ୍ଗଳାଦେଶ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଅକ୍ଟୋବର ୬ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲ ନିର୍ଦେଶକ ବ୍ରିଗେଡିଅର ଜେନରାଲ ଅବଦୁଲ୍ଲା ଅଲ ହାରୁମ୍ଙ୍କ କହିବା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମେଡିକାଲରୁ ଛାଡିଦେବା ପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ଏହା ଜିଆଙ୍କ ବିରୋଧରେ ଏକ ଚକ୍ରାନ୍ତ ବୋଲି ବିଏନପି ମହାସଚିବ ମିର୍ଜା ଫକରୁଲ ଇସଲାମ ଅଲମଗିର ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବଙ୍ଗଳାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖଲିଦା ଜିଆଙ୍କୁ ଏକ ଅନାଥାଳୟ ଟ୍ରଷ୍ଟ ପାଣ୍ଠି ଦୁର୍ନୀତି ନେଇ ହାଇକୋର୍ଟ ୧୦ବର୍ଷ ଜେଲ କାରାଦଣ୍ଡାଦେଶ ଶୁଣାଇଥିଲେ।
ଜେଲ ଯିବା ପାଇଁ ସୁସ୍ଥ ଅଛନ୍ତି ଖଲିଦା ଜିଆ : ମେଡିକାଲ ରିପୋର୍ଟ
Popular Categories



