www.samajalive.in
Tuesday, December 9, 2025
15.1 C
Bhubaneswar

କୁଲଦୀପ, ବୁମ୍‍ରା ଓ ଉମେଶଙ୍କୁ ବିଶ୍ରାମ

ନୂଆଦିଲ୍ଲୀ : ଆସନ୍ତା ରବିବାର ଚେନ୍ନଇରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ ଖେଳାଯିବ। ଏଥିପାଇଁ ଶୁକ୍ରବାର ବିସିସିଆଇ ପକ୍ଷରୁ ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ଦଳର ତିନି ପ୍ରମୁଖ ବୋଲର କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‍ରା ଓ ଉମେଶ ଯାଦବଙ୍କୁ ଏହି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ଅପରପକ୍ଷରେ ଫାଷ୍ଟ ବୋଲର ସିଦ୍ଧାର୍ଥ କାଉଲଙ୍କୁ ଦଳରେ ସାମିଲ କରାଯାଇଛି। ଭାରତ ଏହି ସିରିଜକୁ ୨-୦ରେ ଜିତିସାରିଥିବାରୁ ତୃତୀୟ ମ୍ୟାଚ ଭାରତ ପାଇଁ ଏତେଟା ଗୁରୁତ୍ୱ ରଖୁନାହିଁ। ଚଳିତମାସ ଶେଷଆଡକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଉଥିବାରୁ ଦଳର ପ୍ରମୁଖ ବୋଲରମାନେ ଯେପରି ଆହତ ତାଲିକାଭୁକ୍ତ ନ ହୁଅନ୍ତି, ତାହାକୁ ଦୃଷ୍ଟିରେ ରଖି ମନୋନୟନ କମିଟି ଉପରୋକ୍ତ ତିନି ବୋଲରଙ୍କୁ ବିଶ୍ରାମ ଦେଇଥିବା ଜଣାପଡିଛି।
ଇଣ୍ଡିଜ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ବୁମ୍‍ରାଙ୍କୁ ବିଶ୍ରାମ ମିଳିଥିବାବେଳେ ସେ ପରବର୍ତ୍ତୀ ୩ଟି ଦିନିକିଆ ଖେଳିଥିଲେ। ସିରିଜର ପ୍ରଥମ ଦୁଇଟି ଟ୍ୱେଣ୍ଟି୨୦ରେ ବୁମରାଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଥିଲା। ଏହି ଦୁଇଟି ମ୍ୟାଚରେ ସେ ୮ ଓଭର ବୋଲିଂ କରି ୪୭ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିଲେ। ଉମେଶ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିବାବେଳେ ଟ୍ୱେଣ୍ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ। ଏହି ମ୍ୟାଚରେ ସେ ୪ ଓଭର ବୋଲିଂ କରି ୩୬ ରନ ବିନିମୟରେ କେବଳ ଗୋଟିଏ ୱିକେଟ ହାସଲ କରିଥିଲେ। ଅପରପକ୍ଷରେ କୁଲଦୀପ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳିନଥିବାବେଳେ ଅବଶିଷ୍ଟ ଚାରିଟି ମ୍ୟାଚ ଖେଳି ୯ଟି ୱିକେଟ ଅକ୍ତିଆର କରିଥିଲେ। ତେବେ ଟ୍ୱେଣ୍ଟି୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ତାଙ୍କର ବୋଲିଂ ପ୍ରଦର୍ଶନ ବେଶ ଉନ୍ନତ ଥିଲା। ଏହି ଦୁଇଟି ମ୍ୟାଚରେ ସେ ୫.୬୨ ହାରରେ ୫ଟି ୱିକେଟ ଅକ୍ତିଆର କରିଛନ୍ତି। ବର୍ତ୍ତମାନ ବୁମ୍‍ରା ଓ ଉମେଶଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ଓ ସିଦ୍ଧାର୍ଥ କାଉଲ ଫାଷ୍ଟ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ତୃତୀୟ ଟ୍ୱେଣ୍ଟି୨୦ ନିମନ୍ତେ ସ୍ପିନରଭାବେ ଦଳରେ ୟୁଜବେନ୍ଦ୍ର ଚହଲ, କୃନାଲ ପାଣ୍ଡ୍ୟା, ସାହାବାଜ ନଦୀମ ଓ ୱାଶିଂଟନ ସୁନ୍ଦର ରହିଛନ୍ତି। ସିଦ୍ଧାର୍ଥ ପୂର୍ବରୁ ୩ଟି ଦିନିକିଆ ଓ ୨ଟି ଟ୍ୱେଣ୍ଟି୨୦ରେ ଜାତୀୟ ଦଳକୁ ପ୍ରତିନିଧିତ୍ୱ କରିସାରିଛନ୍ତି। ଘୋଷିତ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକ, ମନୀଶ ପାଣ୍ଡେ, ଶ୍ରେୟସ ଆୟାର, ଋଷଭ ପନ୍ତ୍‍ (ୱିକେଟରକ୍ଷକ), କୃନାଲ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ସାହାବାଜ ନଦୀମ ଓ ସିଦ୍ଧାର୍ଥ କାଉଲ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories