www.samajalive.in
Monday, December 15, 2025
14.1 C
Bhubaneswar

ଘଣ୍ଟମାଲରେ ରକ୍ତଦାନ ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‌‌ କିନାଲୋଇ ଗ୍ରାମ ପଞ୍ଚାୟତର ଘଣ୍ଟମାଲ ଗ୍ରାମରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଯୁବ ସ୍ୱେଚ୍ଛାସେବୀ ମଧୁସୁଦନ ନାୟକଙ୍କ ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଏବଂ ବୁର୍ଲା ରକ୍ତ ଭଣ୍ଡାର ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ୨୩ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଥିଲା। କିନାଲୋଇର ମନୋଜ ନାଏକ ଏବଂ ଗ୍ରାମର ସଚେତନ ନାଗରିକ ଶିବିର ଆୟୋଜନରେ ସହଯୋଗ କରିଥିଲେ। ପୂର୍ବତନ ବିଧାୟକ ରମେଶ ପଟୁଆ ଶିବିରକୁ ଆସି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବୁର୍ଲା ଡାକ୍ତରଖାନାରେ ରକ୍ତ ଅଭାବ ଦେଖା ଦେଇଥିବା ବେଳେ ସ୍ୱେଚ୍ଛାସେବୀ ମାନେ ରକ୍ତଦାନ କରି ଥିବାରୁ ଏହି ମହାନ୍‌‌ କାର୍ଯ୍ୟ ପାଇଁ ଶିବିରର ଆୟୋଜକ ମଧୂସୁଦନ ନାୟକ ରକ୍ତଦାଦା ମାନଙ୍କୁ ଅଭିନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories