www.samajalive.in
Monday, December 15, 2025
14.1 C
Bhubaneswar

ବେପରୁଆ ଆମ୍ବୁଲାନ୍ସ ଉପରେ ଲାଗିବ ଅଙ୍କୁଶ

ସମ୍ବଲପୁର: ସମ୍ବଲପୁର ଜିଲାରେ ବେପାରୁଆ, ଅମାଁନିଆ, ବେଆଇନ ଭାବରେ ଆମ୍ବୁଲାନ୍ସ ଗାଡି ପରିଚାଳନା ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାକୁ ଅଣ୍ଟା ଭିଡିଛି। ଶନିବାର ଜିଲା ରେଡକ୍ରସ ସୋସାଇଟୀର ବାର୍ଷିକ ସାଧାରଣ ପରିଷଦ ବୈଠକ ଜିଲାପାଳ ଅନନ୍ୟା ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏହି ବୈଠକରେ ଅନେକ ଗୁରୁତ୍ୱପୁର୍ଣ୍ଣ ସେବା ପ୍ରସଙ୍ଗ ସମେତ ଆମ୍ବୁଲାନ୍ସ ବିଷୟ ଉପରେ ବେଶ ଆଲୋଚନା ହୋଇଥିଲା। ରୋଗୀ ଓ ଅଭିଭାବକ ମାନେ ଘରୋଇ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ସଞ୍ଚାଳିତ ଆମ୍ବୁଲାନ୍ସ ସେବା ଦ୍ୱାରା ଯେଭଳି ଭାବରେ ଶୋଷଣର ଶିକାର ନ ହେବେ ସେଥିପ୍ରତି କଠୋର ବ୍ୟବସ୍ଥା ଏବଂ ଆବଶ୍ୟକ ସ୍ଥଳରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲାରେ ଆମ୍ବୁଲାନ୍ସ ପରିଚାଳନା ଓ ଆମ୍ବୁଲାନ୍ସ ଦ୍ୱାରା ରୋଗୀ ଏବଂ ପରିଜନ ମାନଙ୍କର ଦୁଃଖର ସମୟରେ ହେଉଥିବା ଶୋଷଣ ଓ ହଟହଟ୍ଟା ସମ୍ପର୍କରେ ବିଶେଷ ଆଲୋଚନା ବୈଠକରେ ହୋଇଥିଲା।

ଆଜୀବନ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ, ଏକ ମାସ ତଳେ ମଧ୍ୟରାତ୍ରରେ ଜଣେ ଅସହାୟ ବିଧବା ଗରିବ ରୋଗୀଙ୍କୁ ମୁଦିପଡ଼ା ପଦ୍ମକେଶରୀ ପାର୍କ ରୁ ମାତ୍ର କେଇଶହ ମିଟର ଦୂରରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପାଞ୍ଚଗଛିଆ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଅବ୍ୟବସ୍ଥା, ମାତ୍ର ୩ କିମି ଦୂର ପାଇଁ ୧୬ ଶହ ଟଙ୍କା ଦେବା ଆଦି ଅଙ୍ଗେନିଭା ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗରେ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ମେହେର, ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର ମଧ୍ୟ ଅତିରିକ୍ତ ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। କରୋନା ସଙ୍କଟ ସମୟରେ ଘରୋଇ ଆମ୍ବୁଲାନ୍ସ ରୋଗୀଙ୍କୁ କିଭଳି ଲୁଟ କରିଛନ୍ତି, ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ରୋଗୀ ସେବା ଜନିତ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ବୈଠକରେ ମହାନଗର ନିଗମ କମିଶନର ପ୍ରଦୀପ ସାହୁ ଆସନ୍ତା ୧୫ ଦିନ ମଧ୍ୟରେ ଆମ୍ବୁଲାନ୍ସ ଗାଡି ମନିଟରିଂ ପାଇଁ ସ୍ୱତନ୍ତ୍ର ବୈଠକ ସହିତ ଏକ କମିଟି ଗଠନ କରି ଜିଲାରେ କାର୍ଯ୍ୟରତ ଆମ୍ବୁଲାନ୍ସ ସଂଖ୍ୟା, ପରିଚାଳନା, ଭଡା ନିର୍ଦ୍ଧାରଣ ଆଦି ବିଷୟରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଦେଇଥିବା ପ୍ରସ୍ତାବକୁ ସର୍ବ ସମ୍ମତି କ୍ରମେ ଗୃହୀତ କରାଯାଇଛି। ଏହି ବୈଠକ ଆହ୍ୱାନ ପାଇଁ ଜିଲା ରେଡକ୍ରସ ସମ୍ପାଦକ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥି ସହ ରେଡକରସ ସୋସାଇଟିର ସଦସ୍ୟ ସଂଖ୍ୟା ବୃଦ୍ଧି ସହିତ ରେଡକ୍ରସର ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲାପାଳ ପ୍ରଭାସ ଦଣ୍ଡସନା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପୁର୍ଣ୍ଣଚନ୍ଦ୍ର ସାହୁ, ଜିଲା ରେଡକ୍ରସ ସମ୍ପାଦକ ଜୟ ଜର୍ଜ ପ୍ରମୁଖ ମଞ୍ଚାସୀନ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories