www.samajalive.in
Monday, December 15, 2025
15.1 C
Bhubaneswar

ମହାବୀରପଡ଼ା ସମସ୍ୟା ଅନୁଧ୍ୟାନ କଲେ ନିଗମ ଅଧିକାରୀ

ସମ୍ବଲପୁର: ସମ୍ବଲପୁର ମହାନଗର ଅର୍ନ୍ତଗତ ଧନୁପାଲି ମହାବୀରପଡ଼ା ଠାରେ ନାଳ, ପରିମଳ, ରାସ୍ତା, ଆଲୁଅ, ରାସ୍ତାଘାଟ ମରାମତି ଆଦି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଛନ୍ତି। ଏଣୁ ଡେପୁଟି କମିଶନର ଶଙ୍କର ପ୍ରସାଦ ସାହୁ ଓ ସ୍ୱାସ୍ଥ୍ୟ ଅଧିକାରୀ ଡା. ମହେନ୍ଦ୍ର ନନ୍ଦ ଶନିବାର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଅଧିକାରୀ ଓ କର୍ମଚାରୀ ମାନେ ସ୍ଥାନୀୟ ନିବାସୀଙ୍କ ସହିତ ଅଞ୍ଚଳ ପରିଦର୍ଶନ କରି ରାସ୍ତା, ପରିମଳ ବ୍ୟବସ୍ଥା, ନାଳ ସଫେଇ ଆଦି ତଦାରଖ କରି ଜନତାଙ୍କ ସହିତ ଆଲୋଚନା କରିଥିଲେ। ଅଞ୍ଚଳର ଅନେକ ସ୍ଥାନରେ ଆଲୋକ ନ ଜଳିବା, ନୂତନ ସ୍ଥାନରେ ରାସ୍ତା ଆଲୋକର ବ୍ୟବସ୍ଥା, ରାସ୍ତା ଓ ନାଳ ଗୁଡିକର ମରାମତି, ଟ୍ରାନ୍ସଫର୍ମର ନିକଟରେ ଜମା ହୋଇଥିବା ଅଳିଆ ଉଠାଇବା, ଶିଶୁ ପାର୍କ ଓ ସାଧାରଣ ଜିମକୁ ତୁରନ୍ତ ସମ୍ପୁର୍ଣ୍ଣ କରିବା ପାଇଁ ଦାବି କରାଯାଇଛି। ସମସ୍ତ ପଡ଼ା ଗୁଡିକରେ ନାଗରିକ କମିଟି ଗଠନ କରାଯାଇ ପରିମଳ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗୁଡିକୁ ତଦାରଖ କରିବା ପାଇଁ ଦାୟିତ୍ୱ ଉକ୍ତ କମିଟି କୁ ଦିଆଯିବା ବୋଲି ନିଗମ ନିଷ୍ପତ୍ତି ନେଇଥିବାର ସୂଚନା ଅଧିକାରୀ ମାନେ ପ୍ରଦାନ କରିଥିଲେ। ଏହି ଆଲୋଚନା ସମୟରେ ରାଜେନ୍ଦ୍ର ପଣ୍ଡା, ଡୋଳାମଣି ମେହେର, କାହ୍ନୁ ଚରଣ ଶର୍ମା, ସୁଧିର ଦାଶ, ଦିଲୀପ ମିଶ୍ର, ସଞ୍ଜୀବ ପାଣିଗ୍ରାହୀ, ରୂପେଶ ପଟେଲ, ସନ୍ତୋଷ ପଣ୍ଡା, ଗୌରାଙ୍ଗ ଦାସ ପ୍ରମୁଖ ଅଞ୍ଚଳବାସୀଙ୍କ ସହିତ ଉପସ୍ଥିତ ରହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories