www.samajalive.in
Monday, December 15, 2025
14.1 C
Bhubaneswar

ଧୋନିଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ମୁମ୍ବଇ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାମ ଆଣ୍ଠୁ ଗୁରୁବାର ଅସ୍ତ୍ରୋପଚାର କରାଯାଇଛି। ଗତ ଆଇପିଏଲ୍‌ରେ ଧୋନିଙ୍କୁ ତାଙ୍କ ବାମ ଆଣ୍ଠୁ ବହୁତ କଷ୍ଟ ଦେଇଥିଲା। ୱିକେଟ ମଝିରେ ଦୌଡ଼ିବାରେ ସେ ଅସୁବିଧା ଅନୁଭବ କରିଥିଲେ। ସେଥିପାଇଁ ଶେଷ ୨/୩ ଓଭରରେ ସେ ବ୍ୟାଟିଂ ପାଇଁ ଆସୁଥିଲେ। ମୁମ୍ବଇର କୋକିଲାବେନ୍‌ ହସ୍‌ପିଟାଲ୍‌ରେ ଜଣାଶୁଣା ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଦିନ୍‌ସ ପାର୍ଡିୱାଲା ଧୋନିଙ୍କ ଆଣ୍ଠୁ ଅସ୍ତ୍ରୋପଚାର କରିଛନ୍ତି। ପାର୍ଡିୱାଲା ମଧ୍ୟ ବିସିସିଆଇ ଡାକ୍ତରୀ ଦଳର ଜଣେ ସଦସ୍ୟ। ତାଙ୍କ ଅ‌େ‌ସ୍ତ୍ରାପଚାର ସଫଳ ହୋଇଛି। ସେ ସୁସ୍ଥ ଅଛନ୍ତି। ଦିନେ ୨ ଦିନ ମଧ୍ୟରେ ସେ ହସ୍‌ପିଟାଲ ଛାଡ଼ିପାରନ୍ତି। ସେ କିଛିଦିନ ବିଶ୍ରାମ ନେବେ। ପରେ ତାଙ୍କର ଫିଜିଓଥେରାପି କରାଯିବ ବୋଲି ଡା. ପାର୍ଡିୱାଲା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories