www.samajalive.in
Monday, December 15, 2025
17.1 C
Bhubaneswar

ବେତନ ବୃଦ୍ଧି ଦାବୀରେ ବିଭିନ୍ନ ସ୍ଥାନରେ ଅମଲା ସଙ୍ଘର ଗଣଧାରଣା

ଫୁଲବାଣୀ/ଫିରିଙ୍ଗିଆ/ମୁଖୀଗୁଡା/ଆଠଗଡ଼/ବୌଦ୍ଧ: ଯୋଗ୍ୟତା ଆଧାରରେ ଦରମା ଦାବୀ କରୁଛି ଅମଲା ସଙ୍ଘ। ରାଜ୍ୟ ସରକାର ଅମଲା ମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାରେ ପରିବର୍ତ୍ତନ ଆଣି ଏହାକୁ ଯୁକ୍ତ ତିନି କରିଥିଲେ ମଧ୍ୟ ତଦନୁଯାୟୀ ଦରମା ବୃଦ୍ଧି କରିନାହାନ୍ତି। ଏ ନେଇ ଦୀର୍ଘ ଦିନ ଧରି ଦାବୀ ହୋଇ ଆସୁଥିଲେ ବି ସରକାର କର୍ଣ୍ଣପାତ କରୁ ନାହାନ୍ତି। ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ଅମଲା ଗତ ୨୨ ତାରିଖରୁ କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଥିଲେ। ତଥାପି ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ସମୂହ ଛୁଟିରେ ଯାଇଛନ୍ତି ଅମଲାମାନେ। ରାଜ୍ୟ ସଙ୍ଘର ଆହ୍ବାନ କ୍ରମେ କନ୍ଧମାଳ ଜିଲ୍ଲା ସଙ୍ଘ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି।

ଅନୁରୂପ ଭାବରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ବ୍ଲକ ଅଧୀନରେ ଥିବା ବିଭିନ୍ନ କାର୍ୟ୍ୟାଳୟ ମନଙ୍କରେ କାର୍ୟ୍ୟରତ ଅମଲା କର୍ମଚାରୀ ମାନେ ସାମୁହିକ ଭାବରେ ଛୁଟି ନେଇ ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିଛନ୍ତି। ଫିରିଙ୍ଗିଆ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଫିରିଙ୍ଗିଆ ତହସିଲ କାର୍ୟ୍ୟାଳୟର ମୁଖ୍ୟ କିରାଣୀଙ୍କ ସହ ରଞ୍ଜିତା ବେହେରା, ସଞ୍ଜନା ପ୍ରଧାନ, ରଞ୍ଜିତ କୁମାର ସାହୁ, ପ୍ରମୋଦ କୁମାର ସାହୁ, ସମୀର କୁମାର ସାହୁ, ବଦ୍ରୀନାଥ ସାହାଣୀ, ଦୁର୍ଗାପ୍ରସାଦ ତ୍ରିପାଠୀ, ସୂର୍ୟ୍ୟ ପ୍ରସାଦ ଦଶ, ମୌସୁମୀ ନାଏକ, ସୁଜାତା ଗୌଡ଼, ବିରେନ୍ଦ୍ର ପ୍ରଧାନ, ମାନିରଞ୍ଜନ ସାହୁ, ଜାଜ୍ଞସେନି ଦାସ ପ୍ରମୁଖ ସାମିଲ ଥିଲେ।

- Advertisement -

କଳାହାଣ୍ଡି ଜିଲ୍ଲା ମିନିତ ଅମଳା ମଂଚର ଆନ୍ଦୋଳନ ଡାକରାରେ ଜୟପାଟଣା ବ୍ଲକ ମିଳିତ ଅମଳା ମଂଚର ସମସ୍ତ ବିଭାଗର କର୍ମଚାରୀ ଅନିର୍ଦିଷ୍ଟକାଳ ପର୍ୟ୍ୟନ୍ତ ସମୂହ ଛୁଟି ନେଇଛନ୍ତି। ବ୍ଲକ ସଭାପତି ଜନ୍ମୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଶ୍ଵନାଥ ପାଢୀଙ୍କ ଆହ୍ଵାନରେ ହେମନ୍ତ କୁମାର ପ୍ରଧାନ, ଚିତ୍ତ ରଂଜନ ଦଳପତି, ତୁମାର ପଟ୍ଟନାୟକ, ସୁନୀଲ କୁମାର ପଣ୍ଡା, ରଞ୍ଜନ ରାଉତ, ଜନ୍ମେଜୟ ରାଉତ, ଗୋବିଦ ମିଶ୍ର, ସିନାଶ୍ରୀ ନାଏକ, ସନ୍ତୋଷ କୁମାର ପଟ୍ଟନାୟକ, ସିଦ୍ଧାର୍ଥ ମୁଣ୍ଡ, ଲୋକନାଥ ସେଠୀ, ଦେବାନନ୍ଦ ସୁନାନୀ, ବ୍ରହ୍ମାନନ୍ଦ ମହାରଣା ପ୍ରମୁଖ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପରିସରରେ ଆନ୍ଦୋଳନର ଆଗାମୀ କାର୍ୟ୍ୟପନ୍ଥା ତଥା ଯୋଜନା ନିମନ୍ତେ ଏକ ବୈଠକ କରିଥିଲେ।

ସାରା ରାଜ୍ୟରେ ମିଳିତ ଅମଲା ମଞ୍ଚ ପକ୍ଷରୁ ଦରମା ବୃଦ୍ଧି ଦାବୀରେ ଆନ୍ଦୋଳନ ଚଳାଇ ଆସୁଥିବା ବେଳେ ବୌଦ୍ଧ ଜିଲା ମିଳିତ ଅମଲା ମଞ୍ଚ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛି। ଅମଲା ମାନଙ୍କ ସମୁହ ଛୁଟି ଯୋଗୁଁ ସମସ୍ତ ସରକାରୀ କାମ ପୁରାପୁରି ଠପ ହୋଇପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories