www.samajalive.in
Saturday, December 6, 2025
23.1 C
Bhubaneswar

ଜିଲାର ବିକାଶ ପାଇଁ ଦାବି ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲାର ସାମୁହିକ ବିକାଶ ପାଇଁ ପ୍ରଗତି ଚିନ୍ତନ ସଂଗଠନ ଉଦ୍ୟମ ଆରମ୍ଭ କରିଛି । ପୂର୍ବରୁ ଅନେକ ସମୟରେ ବିଭିନ୍ନ ଦାବି ନେଇ ଦାବିପତ୍ର ପ୍ରଦାନ କରିଥିବା ବେଳେ ବୁଧବାର ପୁଣି ସଂଗଠନ ପକ୍ଷରୁ ଜିଲାରେ ଥିବା ଅନେକ ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । କନ୍ଧମାଳକୁ ପର୍ୟ୍ୟଟନ ଜିଲା ଭାବେ ଘୋଷଣା କରିବା, ହଳଦୀଦର କିଲୋପିଛା ୧୦୦ ଟଙ୍କା କରିବା, ଫୁଲବାଣୀ -ଗୋଛାପଡା -କଂଟାମାଳ ଦେଇ ବଲାଙ୍ଗୀର ରାସ୍ତାକୁ ଜାତୀୟ ରାଜପଥ ଘୋଷଣା, ଆଦିବାସୀ ସଂଗ୍ରହାଳୟ ପ୍ରତିଷ୍ଠା, ସୈନିକ ସ୍କୁଲ ପ୍ରତିଷ୍ଠା, କ୍ରୀଡା ବିଶ୍ୱ ବିଦ୍ୟାଳୟ, ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ପ୍ରତିଷ୍ଠା, ଜିଲାକୁ ଉଡାନ ଯୋଜନାରେ ସାମିଲ କରିବା ଆଦି ୨୬ ଦଫା ଦାବି ସଂଗଠନ ପକ୍ଷରୁ ରହିଛି । ଦିଲ୍ଲୀପ କୁମାର ସାହାଣୀଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ବେହେରା, ପିତାମ୍ବର ସାହୁ, ସୁବାସ ଚନ୍ଦ୍ର ପ୍ରଧାନ, ବିଷ୍ଣୁ ଚରଣ ପ୍ରଧାନ, ଶୁକମୁନି ନାୟକ, ନୃସିଂହ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ସଦାନନ୍ଦ କହଁର, ଅଚ୍ୟୁତାନନ୍ଦ କହଁର ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories