www.samajalive.in
Sunday, December 7, 2025
13.1 C
Bhubaneswar

ପାଣି ଟାଙ୍କିରେ ନିଆଁ, ଜଳନ୍ତା କାରରୁ ବର୍ତ୍ତିଲେ ଚାଳକ

ପୁରୁଲିୟା/ ମୁମ୍ବାଇ/ ଦିଲ୍ଲୀ: ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ପୁରୁଲିୟାରେ ଏକ ପାଣି ଟାଙ୍କିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏହା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଚକିତ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ପାଣି ଟାଙ୍କି ଅନେକ ଦିନରୁ ବନ୍ଦ ହୋଇ ପଡି ରହିଛି। ନିକଟରେ ଦୀପାବଳି ଯାଇଥିବାରୁ କୌଣସି ଏକ ବାଣର ନିଆଁରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଏକ ଘଣ୍ଟା ବିଳମ୍ବରେ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ସେତେବେଳକୁ ପାଣି ଟାଙ୍କି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ସେହିପରି ଗୁରୁବାର ରାତିରେ ମହାରାଷ୍ଟ୍ରର ପାଲପର ଜିଲାରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା କାରଣରୁ ୧୦ଟି ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଏନେଇ ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ ବେଳେ ଦହାନୁ ରାସ୍ତା ଏବଂ ବନଗାଁବ ରେଳ ଷ୍ଟେସନ ମଧ୍ୟରେ ଏହି ଅଘଟଣା ଘଟିଛି । ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ​ଆରପିଏଫ ଓ ଜିଆରପି ପହଞ୍ଚି ରାତି ପ୍ରାୟ ୨ଟା ବେଳକୁ ନିଆଁକୁ ଆୟତ୍ତ କରିଥିଲେ । ଦୁଇଟି ବଗିରେ ନିଆଁ ଲାଗିଥିବା ବେଳେ ଏଥିରେ କେହି ଯାତ୍ରୀ ମୃତାହତ ହୋଇଥିବା ଜଣାପଡି ନାହିଁ । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯାତ୍ରୀମାନେ ଟ୍ରେନରୁ ବାହାରି ରେଳ ଧାରଣା ଉପରେ ଚଲାବୁଲା କରୁଥିଲେ । ଏହି କାରଣରୁ ପ୍ରାୟ ୧୦ଟି ଟ୍ରେନକୁ ଅଟକାଇବାକୁ ପଡିଥିଲା । ତେବେ ଟ୍ରେନରେ ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବା ବେଳେ ତଦନ୍ତ ଜାରି ରହିଛି ।

- Advertisement -

ଦିଲ୍ଲୀରେ ଏକ ଚଳନ୍ତା କାର ଜଳୁ ଥିବା ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଜଳନ୍ତା କାରଟି ଓଭରବ୍ରିଜ ଉପରେ ଦୌଡୁଛି । ଗତ ଦୀପାବଳି ରାତିରେ ଗୁରୁଗାଁୱ ଓଭରବ୍ରିଜ ଉପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗୁରୁଗାଁୱର ରାକେଶ ଚାଣ୍ଡେଲ ନାମକ ଜଣେ ବ୍ୟକ୍ତି ଦୀପାବଳି ଗିଫ୍ଟ ନେଇ ଯାଉଥିବା ବେଳେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା ଓ ପରେ କାରଟି ଜଳି ଉଠିଥିଲା । ଜୀବନ ବଞ୍ଚାଇବାକୁ ରାକେଶ ଜଳୁଥିବା ଚଳନ୍ତା କାରରୁ ଡେଇଁ ପଡିଥିଲେ । ପରେ କାରଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା ମଧ୍ୟ ଅଟକି ନଥିଲା। ରାସ୍ତାରେ ଥିବା ଏକ ଅଟୋକୁ ଧକ୍କା ଦେଇଥିଲେ ମଧ୍ୟ କାରଟି ଅଟକି ନଥିଲା। ପରେ ରାସ୍ତା ଡିଭାଇଡର ସହ ଧକ୍କା ହୋଇ  ଜଳନ୍ତା କାରଟି ଅଟକି ଥିଲା। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ ସେତେବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା।

ଦିଲ୍ଲୀ : ଗୁରୁଗ୍ରାମ୍ ଓଭରବ୍ରିଜ ଉପରେ ଚଳନ୍ତା କାରରେ ନିଆଁ, ଦେଖନ୍ତୁ ଭିଡିଓ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories