www.samajalive.in
Saturday, December 13, 2025
14.1 C
Bhubaneswar

+୨ ବିଜ୍ଞାନରେ ରିତେଶ ଓ ବାଣିଜ୍ୟରେ ଚନ୍ଦନ ଆଠଗଡ଼ କଲେଜ ଟପ୍ପର

ଆଠଗଡ଼: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର +୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଆଠଗଡ଼ସ୍ଥିତ ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ମୋଟ ୧୭୪ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୭ ଅର୍ଥାତ୍‌‌ ୭୩ ପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ବାଣିଜ୍ୟରେ ମୋଟ ୨୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ଜଣ ଅର୍ଥାତ୍‌‌ ୯୦ପ୍ରତିଶତ କୃତକାର୍ଯ୍ୟ ହୋଇଥିବା କଲେଜ ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ଠାରୁ ପ୍ରକାଶ। ବିଜ୍ଞାନରେ କୃତକାର୍ଯ୍ୟ ହୋଇଥିବା୧୨୭ଜଣଙ୍କ ମଧ୍ୟରୁ ୬୭ଜଣ ପ୍ରଥମ ଶ୍ରେଣୀରେ, ୫୧ଜଣ ୨ୟ ଶ୍ରେଣୀ ଓ ୯ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଓ ୪୭ଜଣ ଫେଲ ହୋଇଥିବା ଜଣାପଡ଼ିଛି। ସେହିପରି ବାଣିଜ୍ୟରେ କୃତକାର୍ଯ୍ୟ ହୋଇଥିବା ୧୮ଜଣଙ୍କ ମଧ୍ୟରୁ ୮ଜଣ ପ୍ରଥମ ଶ୍ରେଣୀ, ୬ଜଣ ୨ୟ ଶ୍ରେଣୀ ଓ ୪ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୨ଜଣ ଫେଲ୍‌‌ ହୋଇଛନ୍ତି। ବିଜ୍ଞାନରେ ରିତେଶ କୁମାର ଗଣ୍ଠିଆ ସର୍ବାଧିକ ୬୦୦ ରୁ ୫୪୪ନମ୍ବର ରଖି କଲେଜ ଟପ୍ପର ହୋଇଥିବାବେଳେ ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେହିପରି ବାଣିଜ୍ୟରେ ୬୦୦ ରୁ ୪୫୮ ନମ୍ବର ରଖି ଚନ୍ଦନ କୁମାର ମୁଦୁଲି କଲେଜ ଟପ୍ପର ହୋଇଥିବାବେଳେ ଭବିଷ୍ୟତରେ ସେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories