ତିଗିରିଆ: ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ + ୨ ବିଜ୍ଞାନରେ ୫୪୫ ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ନୂଆପାଟଣା ଚୈତନ୍ୟ ସାହୁ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ନିଗମ ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିକାଶ ମଞ୍ଚର ସଭାପତି ମାନସ ବସ୍ତିଆ ନିଜେ ନିଗମଙ୍କ ନୂଆପାଟଣା ବାସଗୃହରେ ପହଞ୍ଚି ଉପଢୌକନ ଏବଂ ପାଠ୍ୟ ଉପକରଣ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ସଦସ୍ୟ ପ୍ରଦ୍ୟୁମ୍ନ ଦାସ ଉପସ୍ଥିତ ଥିଲେ।
Popular Categories



