www.samajalive.in
Monday, December 15, 2025
26.1 C
Bhubaneswar

+୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୫ ଜଣ, ନିଗମ ପ୍ରସାଦ ସାହୁ ବ୍ଲକ ଟପ୍ପର

ତିଗିରିଆ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି କ୍ରମରେ ତିଗିରିଆ ବ୍ଲକରେ ଥିବା ୨ଟି କଲେଜର ପରୀକ୍ଷା ଫଳ ପ୍ରକାଶ ପାଇଛି। ନିଜିଗଡ଼ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ବିଜ୍ଞାନ ଶ୍ରେଣୀରେ ପରୀକ୍ଷା ଦେଇଥିବା ମୋଟ ୧୧ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୮ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧ ଜଣ ପ୍ରଥମ ଶ୍ରେଣୀ, ୪ ଜଣ ଦ୍ଵିତୀୟ ଶ୍ରେଣୀ ଓ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବl ବେଳେ ୩ ଜଣ ଫେଲ ହୋଇଛନ୍ତି। କଲେଜର ସଫଳତା ହାର ୮୦ ପ୍ରତିଶତ ହୋଇଥିବା ସୂଚନା ମିଳିଛି। ଅଲିଭା ପ୍ରିୟଦର୍ଶିନୀ ୩୬୪ ନମ୍ଵର୍ ରଖି କଲେଜ ଟପର ହୋଇଥିବା ଜଣାପଡିଛି। ସେହିପରି ନୂଆପାଟଣା ଚୈତନ ସାହୁ ଜୁନିଅର କଲେଜର ପରୀକ୍ଷା ଦେଇଥିବା ୧୦୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୫ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୪ ଜଣ ପ୍ରଥମ ଶ୍ରେଣୀ, ଦ୍ବିତୀୟ ଶ୍ରେଣୀରେ ୩୪ ଜଣ, ତୃତୀୟ ଶ୍ରେଣୀରେ ୭ ଜଣ ଉତ୍ତୀର୍ଣ୍ଣ ହୋଇଥିବl ବେଳେ ୧୪ ଜଣ ଫେଲ ହୋଇଛନ୍ତି। କଲେଜର ଛାତ୍ର ନିଗମ ପ୍ରସାଦ ସାହୁ ୫୪୫ ନମ୍ବର ରଖି କଲେଜ ଟପର ହେବା ସହିତ ବ୍ଲକ ଟପର୍ ହୋଇଛନ୍ତିା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories