www.samajalive.in
Monday, December 15, 2025
14.1 C
Bhubaneswar

ଝିଅକୁ ଅସଦାଚରଣ ମାମଲାରେ ବାପାକୁ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଗପୁର ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ନିଜ ଜନ୍ମ କଲା ଝିଅକୁ ଅସଦାଚରଣ କରିବା ମାମଲାରେ ଦ୍ବିତୀୟ ଥର ନିମନ୍ତେ ବାପାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ କୁମୁଦ ମହାରଣା (୫୨) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ସୋମବାର ରାତିରେ ଘରେ ମା ଓ ଝିଅ ଶୋଇଥିବା ସମୟରେ ଅଭିଯୁକ୍ତ ବାପା କୁମୁଦ ମଦ୍ୟପାନ କରି ଝିଅକୁ ଅସଦାଚରଣ କରିଥିଲା। ଏଥିରେ ଝିଅ ଜଣଙ୍କ ପାଟି କରିବାରୁ ଅନ୍ୟ କୋଠରୀରେ ଶୋଇଥିବା ମା ସମେତ ସାହି ପୋଡଶୀ ଉଠି କୁମୁଦକୁ କାବୁ କରିବା ସହ ଘଟଣା ନେଇ ଗୋଳନ୍ଥରା ପୁଲିସକୁ ଖବର ଦେଇଥିଲେ। ଖବର‌ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କୁମୁଦକୁ ଥାନାକୁ ଆଣି ଅଟକ ରଖିଥିଲେ।

ଆଜି ଝିଅ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ବାପା ଓ ଝିଅର ଡାକ୍ତରୀ ମାଇନା କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୦୨୧ ମସିହାରେ ଅନୁରୂପ ଭାବେ ନିଜ ଝିଅକୁ ଅସଦାଚରଣ କରିବା ନେଇ ଗୋଳନ୍ଥରା ଥାନାରେରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁମୁଦକୁ କୋର୍ଟ ଚାଲାଣ କରିଥିବା ବେଳେ ପ୍ରାୟ ଦେଢ ବର୍ଷ ପରେ ଜାମିନରେ ଆସିଥିଲେ। ଏବେ ପୁଣିଥରେ ଝିଅକୁ ଅସଦାଚରଣ କରି ଜେଲ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର‌ ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories