www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ଲକସ୍ତରୀୟ ବଳରାମ ମାସ ଉଦ୍‌‌ଯାପିତ

ଆଠଗଡ଼: ଆଠଗଡ଼ରେ ମେ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ପାଳିତ ହେଉଥିବା ବଳରାମ ମାସର ଉଦ୍‌‌ଯାପନୀ କାର୍ଯ୍ୟକ୍ରମ ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌‌ଯାପନୀ କାର୍ଯ୍ୟକ୍ରମରେ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବୀନ୍ଦ୍ରନାଥ ରାଉତ, ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନିବେଦିତା ରାୟ, ସହକାରୀ ବ୍ଲକ କୃଷି ଅଧିକାରୀ ତୃପ୍ତିମୟୀ ନାହାକ, କଟକର କୃଷି ସହକାରୀ ଯନ୍ତ୍ରୀ ପ୍ରଶାନ୍ତି ଶବର ପ୍ରମୁଖ ଅତିଥି ଭାବେ ଯୋଗଦେଇ ବଳରାମ ମାସ ମଧ୍ୟରେ କରାଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଭାଗଚାଷୀଙ୍କ ତଥ୍ୟ ସଂଗ୍ରହ ଓ ଆବେଦନ ପତ୍ର ସଂଗ୍ରହ କରି ସେମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ ପାଇଁ ସରକାର ଏହି ବଳରାମ ମାସ ପାଳନ କରୁଥଲେ। ଏହି ପରିପ୍ରେକ୍ଷୀରେ ଗତ ୧ମାସ ମଧ୍ୟରେ ଆଠଗଡ଼ ବ୍ଲକର ଭାଗଚାଷ କରୁଥିବା ୬୭୫ଜଣ ଚାଷୀଙ୍କର ତଥ୍ୟ ଓ ଆବେଦନ ପତ୍ର ସଂଗ୍ରହ କରାଯାଇଛି ବୋଲି କୃଷି ଅଧିକାରୀ ଜଗବନ୍ଧୁ ମିଶ୍ର ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୪ଟି ପଞ୍ଚାୟତର ୩୪ଜଣ ଦକ୍ଷ ନଥିପତ୍ର ଲେଖିକା, ୧୩ଜଣ ବ୍ୟାଙ୍କ ମିତ୍ର ଓ କୃଷି ମିତ୍ର ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ପ୍ରକଳ୍ପ ସଂଯୋଜକ ଚିତ୍ତରଞ୍ଜନ ବଳିଆରସିଂହ, ଉପସଂଯୋଜକ ମୁକେଶ ବେହେରା, ବ୍ଲକ ଜୀବିକା ସଂଯୋଜକ ପରେଶ କୁମାର ପୃଷ୍ଟି, ବିନୋଦ କୁମାର ପଣ୍ଡା ଓ ସଂଯୁକ୍ତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories