www.samajalive.in
Tuesday, December 9, 2025
16.1 C
Bhubaneswar

୨୦ ଦିନର ଝିଅକୁ ବିଷ ଦେଲା ବାପା, ଆଇସିୟୁରେ ଜୀବନ ସହ କରୁଛି ସଂଘର୍ଷ

ନୀଳଗିରି: କନ୍ୟା ସନ୍ତାନ ଚାହୁଁ ନ ଥିବା ବାପା ନାରକୀୟ କାଣ୍ଡ ଭିଆଇଛି। ଶ୍ବଶୁର ଘରେ ପଶି ନିଜର ୨୦ଦିନର ଝିଅକୁ ମାରିଦେବାକୁ ଉଦ୍ୟମ କରିଛି। ଝିଅ ଦେହେରେ ବିଷ ଇଞ୍ଜେକସନ ଫୋଡ଼ି ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଆଇସିୟୁରେ ଜୀବନ ସହ ଝିଅ ସଂଘର୍ଷ କରୁଛି। ନୀଳଗିରି ଥାନା ଶିଙ୍ଗିରି ଗାଁରେ ଘଟିଥିବ​‌ା ଘଟଣାରେ ପିଶାଚ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆସନ୍ତାକାଲି କନ୍ୟା ସନ୍ତାନର ଏକୋଇସିଆ ଉତ୍ସବ ପାଳନ ନିମନ୍ତେ ଅଜା ଘର ପକ୍ଷରୁ

ପୂରା ପ୍ରସ୍ତୁତି କରାଯାଇଥିବା ବେଳେ ଏହି ଖୁସିକୁ ଦୁଃଖରେ ପରିଣତ କରିଦେଇଛି ଖୋଦ୍ ଜନ୍ମକଲା ବାପା।
ଶିଶୁର ଅଜା ଭାଗୀରଥି ସିଂହ କହିଛନ୍ତି ଯେ ତାଙ୍କ ଝିଅ ୨୦ ଦିନ ତଳେ ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କ ଘରକୁ ଦେଖାରଖା ନିମନ୍ତେ ଆସିଥିଲେ। ଶିଶୁକୁ ଦେଖିବାକୁ ମଝିରେ ମଝିରେ ତାଙ୍କ ଘରକୁ ଜ୍ୱାଇଁ ଓ ଝିଅର ଶାଶୁ ଆସନ୍ତି। ହେଲେ କନ୍ୟା ଜନ୍ମ ହେବାକୁ ନେଇ ଜ୍ୱାଇଁ ଖୁସି ନ ଥିଲେ।

- Advertisement -

ଗତକାଲି ସନ୍ଧ୍ୟାରେ କନ୍ୟା ସନ୍ତାନକୁ ଦେଖିବାକୁ ଆସିଥିଲେ ଜ୍ୱାଇଁ। ଆଜି ସକାଳେ ଝିଅ ସ୍ନାନ କରିବାକୁ ଯାଇଥିବା ବେଳେ କନ୍ୟା ସନ୍ତାନକୁ ଜଗି ବସିଥିବା ବସିଥିବା ଜ୍ୱାଇଁ ବିଷ ଇଞ୍ଜେକସନ୍ ଦେଇ ଦେଇଥିଲେ। କନ୍ୟା ସନ୍ତାନ କାନ୍ଦିବାରୁ ଦୌଡ଼ି ଆସି ଝିଅ ଦେଖିଥିଲା। ଏହି ସମୟରେ ବିଷ ତଳେ ବଡ଼ିଥିବା ଦେଖିବା ପରେ ଚିତ୍କାର କରିଥିଲା। ପରିବାର ଲୋକେ ଓ ଗାଁ ଲୋକେ ଜ୍ୱାଇଁକୁ ବହୁ ପଚରାଉଚରା କରିବା ପରେ ସେ ସତ ମାନିଥିଲା। ସେ କନ୍ୟା ସନ୍ତାନ ଚାହୁଁ ନ ଥିବାରୁ ବିଷ ଇଞ୍ଜେକସନ ଦେଇଥିବା କହିଥିଲା।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories