www.samajalive.in
Monday, December 15, 2025
14.1 C
Bhubaneswar

ଅହମ୍ମଦାବାଦରେ ବର୍ଷା ବାଧକ ; ଆଜି ଆଇପିଏଲ୍‌ ଫାଇନାଲ

ଅହମ୍ମଦାବାଦ : ପ୍ରଥମଥର ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ଅତିରିକ୍ତ ଦିବସକୁ ଯାଇଛି। ରବିବାର ଏଠାରେ ଗତବର୍ଷର ଚମ୍ପିଆନ୍‌ ଗୁଜରାଟ ଟାଇଟାନ୍‌ସ ଓ ୪ ଥର ଚମ୍ପିଆନ୍‌ ଚେନ୍ନଇ ସୁପର କିଙ୍ଗ୍‌ସ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବାର ଥିଲା। ହେଲେ ସନ୍ଧ୍ୟାରୁ ପ୍ରବଳ ବର୍ଷା ଲାଗି ରହିବାରୁ ମ୍ୟାଚ୍‌ ଆରମ୍ଭ ହୋଇ ପାରିନଥିଲା। ଟସ୍ ମଧ୍ୟ ପଡ଼ିନଥିଲା। ଫଳରେ ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ ସୋମବାର ଅତିରିକ୍ତ ଦିନରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ରବିବାର ସନ୍ଧ୍ୟାରେ ୨ ଥର ବର୍ଷା ବନ୍ଦ ହୋଇଥିଲା ଏବଂ ଗ୍ରାଉଣ୍ଡସମ୍ୟାନ୍ ପଡ଼ିଆ ଶୁଖାଇବା ଲାଗି ପ୍ରୟାସ କରିଥିଲେ। ହେଲେ ବର୍ଷା ପୁଣି ଆରମ୍ଭ ହୋଇ ଯାଇଥିଲା। ଏତେ ବର୍ଷା ହୋଇଥିଲା ଯେ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ ପଡ଼ିଆରେ ୬ ଇଞ୍ଚ୍‌ର ପାଣି ଜମା ହୋଇଥିଲା। ନିୟମ ଅନୁସାରେ; ପୂରା ଖେଳ ହେବା ଲାଗି ମ୍ୟାଚ୍‌ ରାତି ୯.୩୫ରେ ଆରମ୍ଭ ହେବାର ଥିଲା। ୫ ଓଭର ମ୍ୟାଚ୍‌ ପାଇଁ ରାତି ୧୨.୦୬ରେ ଖେଳ ଆରମ୍ଭ ହେବାର ଥିଲା। ହେଲେ ରାତି ୧୦.୫୦ଟା ସୁଦ୍ଧା ବର୍ଷା ନ ଛାଡ଼ିବାରୁ ଅମ୍ପାୟାର ଦିନର ଖେଳକୁ ବାତିଲ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories