www.samajalive.in
Wednesday, November 19, 2025
29.1 C
Bhubaneswar

+୨ ନାମଲେଖା : ଆଜିଠୁ ଆବେଦନ

ଭୁବନେଶ୍ବର : ୨୦୨୩-୨୪ ଶିକ୍ଷାବର୍ଷରେ +୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପ୍ରଥମବର୍ଷ ନାମଲେଖା ଆବେଦନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀ ସୋମବାର ପୂର୍ବାହ୍ନ ୧୧ଟାରୁ ଆବେଦନ କରିପାରିବେ। ଅନଲାଇନ୍ ମାଧ୍ୟମରେ ଆବେଦନର ଶେଷ ତାରିଖ ଜୁନ୍ ୨୦ ରାତି ୧୧ଟା ୪୫ ଧାର୍ଯ୍ୟ କରାଯାଇଛି। ସେହିପରି କଟଅଫ୍ ମାର୍କ ଅନୁସାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଜୁନ୍ ୨୮ ତାରିଖ ସକାଳ ୧୧ଟା ୪୫ରେ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ମେଧା ତାଲିକାରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଜୁନ୍ ୨୯ ରୁ ଜୁଲାଇ ୫ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ନାମ ଲେଖାଇବେ।
ସେହିପରି ୨ୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୩ ତାରିଖ ଅପରାହ୍ଣ ୩ଟାରେ ପ୍ରକାଶ ପାଇବ। ୨ୟ ପର୍ଯ୍ୟାୟ ନାମଲେଖା ଜୁଲାଇ ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ୩ ଦିନ ଚାଲିବ। ଦୁଇଟି ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଯଦି ଆସନ ଖାଲି ପଡ଼େ ତାହାହେଲେ ସ୍ପଟ୍ ନାମଲେଖା ତାଲିକା ଜୁଲାଇ ୨୬ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ। ଜୁଲାଇ ୨୯ରୁ +୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ଦୁଇଟି ଲେଖାଏଁ ସେକ୍ସନ୍ ଖୋଲିବା ପାଇଁ ସ୍ଥିର ହୋଇଛି। ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ୍ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ୱାରା ରାଜ୍ୟରେ ୧୦୬ଟି ସରକାରୀ ବିଦ୍ୟାଳୟରେ ମୋଟ୍ ୧୩୪୬୮ ଆସନ ନାମଲେଖା ପାଇଁ ବୃଦ୍ଧି ହୋଇଛି। ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories