www.samajalive.in
Sunday, December 7, 2025
26.1 C
Bhubaneswar

ମହିଳା ଟି୨୦ ବିଶ୍ୱକପ୍‍: ଆଜି ନ୍ୟୁଜିଲାଣ୍ଡ-ଭାରତ ମୁକାବିଲା

ପ୍ରୋଭିଡେନ୍‍ସ : ୱେଷ୍ଟଇଣ୍ଡିଜ୍‍ରେ ଶୁକ୍ରବାରଠାରୁ ଆରମ୍ଭ ହେଉଛି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍। ଏହାର ଉଦ୍‍ଘାଟନୀ ମ୍ୟାଚ୍‍ରେ ଶୁକ୍ରବାର ଶକ୍ତିଶାଳୀ ନ୍ୟୁଜିଲାଣ୍ଡର ମୁକାବିଲା କରିବ ଭାରତ। ଗ୍ରୁପ୍‍ ‘ବି’ର ଏହି ମ୍ୟାଚ୍‍ରେ କଡ଼ା ମୁକାବିଲା ହୋଇପାରେ। ଏହି ଟୁର୍ଣ୍ଣାମେଣ୍ଟ ହେଉଛି ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପ୍‍ର ୬ଷ୍ଠ ସଂସ୍କରଣ। ଗତ ୫ଟି ସଂସ୍କରଣରେ ଅଷ୍ଟ୍ରେଲିଆ ସର୍ବାଧିକ ୩ ଥର ଚମ୍ପିଆନ୍‍ ହୋଇଥିବା ବେଳେ ଇଂଲଣ୍ଡ ସର୍ବପ୍ରଥମ ଏବଂ ୱେଷ୍ଟଇଣ୍ଡିଜ୍‍ ଗତଥର (୨୦୧୬) ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଭାରତ ଅଦ୍ୟାବଧି ଥରେ ମଧ୍ୟ ଫାଇନାଲରେ ପହଞ୍ଚି ପାରିନାହିଁ। ଭାରତ ପ୍ରଥମ ୨ଟି ସଂସ୍କରଣର ସେମିଫାଇନାଲ ଖେଳିଥିବା ବେଳେ ପରବର୍ତ୍ତୀ ୩ଟି ଟୁର୍ଣ୍ଣାମେଣ୍ଟରେ ଶେଷ ୪ଟି ଦଳଙ୍କ ମଧ୍ୟରେ ସ୍ଥାନ ପାଇ ପାରିନଥିଲା।
ତେବେ ପୂର୍ବ ୫ଟି ସଂସ୍କରଣ ତୁଳନାରେ ଏଥର ଭାରତୀୟ ମହିଳା ଦଳ ବେଶ୍‍ ମଜ୍‍ଭୁତ ରହିଛି ଏବଂ ଟ୍ୱେଣ୍ଟି୨୦ କ୍ରିକେଟ ପାଇଁ ଦଳରେ ଭଲ ଖେଳାଳି ରହିଛନ୍ତି। ଗତବର୍ଷ ୫୦ ଓଭର ବିଶ୍ୱକପ୍‍ର ଫାଇନାଲ ଖେଳିଥିବା ଭାରତ ଏଥର ଟ୍ୱେଣ୍ଟି୨୦ ବିଶ୍ୱକପ୍‍ରେ ଭଲ ପ୍ରଦର୍ଶନ ନେଇ ଉତ୍ସାହିତ ରହିଛି। ଏହି ବିଶ୍ୱକପ୍‍ ପୂର୍ବରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ଭାରତ ସିରିଜ୍‍ ବିଜୟୀ ହୋଇପାରିଛି। ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ସ୍ମତି ମାନ୍ଧାନାଙ୍କ ସହ ଏଥର ଅଭିଜ୍ଞ ମିତାଲି ରାଜ୍‍ ଇନିଂସ ଓପନ୍‍ କରିବେ। ମଧ୍ୟକ୍ରମ ସମ୍ଭାଳିବେ ଅଧିନାୟକ ହରମନପ୍ରୀତ କୌର ଏବଂ ଅଭିଜ୍ଞ ବେଦା କୃଷ୍ଣମୂର୍ତ୍ତି। ଜେମିମା ରଡ୍ରିଗ୍ୱେଜ୍‍ ଓ ୱିକେଟ ରକ୍ଷକ ତାନିୟା ଭାଟିଆ ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିପାରନ୍ତି। ଝୁଲଣ ଗୋସ୍ୱାମୀଙ୍କ ଅବସର ପରେ ଭାରତୀୟ ପେସ୍‍ ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ ହୋଇଯାଇଛି। ତେବେ ସ୍ପିନ୍‍ ବିଭାଗରେ ଭାରତ ବେଶ୍‍ ଶକ୍ତିଶାଳୀ ଅଛି। ବାମହାତି ସ୍ପିନର ଏକତା ବିସ୍ତ୍‍ ଓ ଲେଗ୍‍ସ୍ପିନର ପୁନମ୍‍ ଯାଦବଙ୍କଠାରୁ ଭାରତ ଭଲ ପ୍ରଦର୍ଶନର ଆଶାରଖିଛି। ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ଏବଂ ପେସ୍‍ ବୋଲିଂ ବିଭାଗରେ ବେଶ୍‍ ଶକ୍ତିଶାଳୀ ରହିଛି। ୧୧ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ୨ୟ ମ୍ୟାଚ୍‍ ଖେଳିବ। ୧୫ରେ ଆୟରଲାଣ୍ଡ ବିପକ୍ଷରେ ଭାରତ ୩ୟ ମ୍ୟାଚ୍‍ ଏବଂ ୧୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ର୍ଥ ଲିଗ୍‍ ମ୍ୟାଚ୍‍ ଖେଳିବ। ଭାରତର ୪ଟିଯାକ ମ୍ୟାଚ୍‍ ଭାରତୀୟ ସମୟ ରାତି ୮.୩୦ରୁ ଆରମ୍ଭହେବ। ପ୍ରତି ଗ୍ରୁପ୍‍ର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories