www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଥମ ଥର ୭.୧ କିଗ୍ରା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରି ପ୍ରଶଂସା ସାଉଁଟିଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ

ପାଟଣା: ଝୁମ୍ପୂରା ବ୍ଲକ ବାରଖଣ୍ଡିଆ ଗ୍ରାମର ଝୁନୁ ମହାରଣା ଅର୍ଥାଭାବ ତଥା ସଚେତନ ଅଭାବରୁ ଦୀର୍ଘ ବର୍ଷରୁ ତାଙ୍କର ଟ୍ୟୁମର ହେଇଥିବା ସତ୍ତ୍ୱେ ଚିକିତ୍ସା ପାଇଁ ଡ଼ାକ୍ତରଖାନା ଆସିନଥିଲେ। ଭରସା ପରିବାରର ସଚେତନତା ମାଧ୍ୟମରେ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡ଼ାକ୍ତର ଆଶିଷ ରଂଜନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡ଼ାକ୍ତର ଅଭିଜିତ ମହାପାତ୍ର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଥର ୭.୧ କିଗ୍ରାର ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରିଛନ୍ତି। ଅସ୍ତ୍ରୋପଚାର କାର୍ଯ୍ୟରେ ସହଯୋଗ କରିଥିଲେ ଆନାସ୍ଥେସିଆ ଡାକ୍ତର ଏକେ ରାଉତ, ସେଵିକା କୁନ୍ତଳା ମହାନ୍ତ ଓ ପୁଷ୍ପା କାରୂଆ। ଗର୍ଭାଶୟ ଓ ଅଣ୍ଡକୋଷରେ ଥିବା ଟ୍ୟୁମରକୁ ସଫଳତାର ଅସ୍ତ୍ରୋପଚାର କରିଥିବାରୁ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ତଥା ରୋଗୀଙ୍କ ପରିବାର ବର୍ଗ ଡାକ୍ତର ଟିମଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories