www.samajalive.in
Monday, December 15, 2025
27.1 C
Bhubaneswar

ଅନ୍ୟାନ୍ୟ ପଛୁଆ ବର୍ଗ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ବିଭିନ୍ନ ଦାବିନେଇ ଆଜି କନ୍ଧମାଳ ଅନ୍ୟାନ୍ୟ ପଛୁଆ ବର୍ଗ ମହାସଂଘ ପକ୍ଷରୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ପ୍ରଦାନ କରଯାଇଛି। ଦାବି ପ୍ରକାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସି ସମେତ ଉଚ୍ଚବର୍ଗଙ୍କ ଜାତି ଆଧାରରେ ଜନଗଣନା କରିବା, ମଣ୍ଡଳ କମିଶନ ଦ୍ୱାରା ଚିହ୍ନଟ ଓବିସିଙ୍କୁ ଏସ୍‌‌.ଇ.ବି.ସି.ରୁ ଅଲଗା କରି ସ୍ୱତନ୍ତ୍ର ସଂରକ୍ଷଣ ପ୍ରଦାନ କରିବା, ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଆର୍ଥିକ ସ୍ୱଚ୍ଛଳ ବର୍ଗ ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରିବା, ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ମଣ୍ଡଳ କମିଶନଙ୍କ ସୁପାରିଶ ଅନୁସାରେ ୨୭% ସଂରକ୍ଷଣ କଡାକଡି ଭାବେ ଲାଗୁ କରିବା ସହିତ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ସମିତିରେ ଛାତ୍ରାବାସ ନିର୍ମାଣ କରିବା ଭଳି ଦାବି କରାଯାଇଛି। ଏହି ଦାବିପତ୍ର ପ୍ରଧାମନ୍ତ୍ରୀ, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜ୍ୟ ଆୟୋଗ ଅନ୍ୟାନ୍ୟ ପଛୁଆ ବର୍ଗ ଓଡ଼ିଶା ସମେତ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପ୍ରଦାନ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories