www.samajalive.in
Sunday, December 14, 2025
26.1 C
Bhubaneswar

ଜାଗା ମିଶନ ଉପଦେଷ୍ଟାଙ୍କ ବସ୍ତି ପରିଦର୍ଶନ

ଚୌଦ୍ୱାର: ରାଜ୍ୟ ଜାଗା ମିଶନ ଉପଦେଷ୍ଟା ହରି ଶଂକର ରାଉତ ଶୁକ୍ରବାର ଚୌଦ୍ୱାର ପୌରପାଳିକାର ବିଭିନ୍ନ ବସ୍ତି ପରିଦର୍ଶନ କରିଥିଲେ। ପୌରପାଳିକାରେ ଜାଗାମିିଶନ କାର୍ଯ୍ୟକ୍ରମ କିଭଳି ଭାବେ ପରିଚାଳିତ ହେଉଛି ତାହା ପଚାରି ବୁଝିବା ସହିତ ଜାଗମିଶନରେ ଅନ୍ତଭୁକ୍ତ ହୋଇଥିବା ବସ୍ତବାସିନ୍ଦା କିଭଳି ଭାବେ ସରକରାଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରବେ ସେ ନେଇ ପୌର କତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ସହରାଞ୍ଚଳରେ ବଞ୍ଚିତ ରହିଯାଇଥିବା ଅନ୍ୟ ବସ୍ତି ବାସିନ୍ଦାଙ୍କୁ କିଭଳି ଭାବେ ଜାଗାମିଶନରେ ଅନ୍ତର୍ଭୁକ୍ତ କରାଯିବ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ। ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ତାଙ୍କୁ ମିଶନ୍‌‌ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜାଗାମିଶନରେ ଅନ୍ତଭୂକ୍ତ ପୌରପାଳିକାର ୧୭ନଂ ୱାର୍ଡ ସୁଇପର କଲୋନୀକୁ ସେ ପରିଦର୍ଶନ କରିବା ସହିତ ନର୍ମାଣାଧୀନ ଆବାସ ଗୃହ ଗୁଡିକର କାର୍ଯ୍ୟ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories