ଜାଗା ମିଶନ ଉପଦେଷ୍ଟାଙ୍କ ବସ୍ତି ପରିଦର୍ଶନ
ଚୌଦ୍ୱାର: ରାଜ୍ୟ ଜାଗା ମିଶନ ଉପଦେଷ୍ଟା ହରି ଶଂକର ରାଉତ ଶୁକ୍ରବାର ଚୌଦ୍ୱାର ପୌରପାଳିକାର ବିଭିନ୍ନ ବସ୍ତି ପରିଦର୍ଶନ କରିଥିଲେ। ପୌରପାଳିକାରେ ଜାଗାମିିଶନ କାର୍ଯ୍ୟକ୍ରମ କିଭଳି ଭାବେ ପରିଚାଳିତ ହେଉଛି ତାହା ପଚାରି ବୁଝିବା ସହିତ ଜାଗମିଶନରେ ଅନ୍ତଭୁକ୍ତ ହୋଇଥିବା ବସ୍ତବାସିନ୍ଦା କିଭଳି ଭାବେ ସରକରାଙ୍କ ସମସ୍ତ ସୁବିଧା ସୁଯୋଗ ପାଇପାରବେ ସେ ନେଇ ପୌର କତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ସହରାଞ୍ଚଳରେ ବଞ୍ଚିତ ରହିଯାଇଥିବା ଅନ୍ୟ ବସ୍ତି ବାସିନ୍ଦାଙ୍କୁ କିଭଳି ଭାବେ ଜାଗାମିଶନରେ ଅନ୍ତର୍ଭୁକ୍ତ କରାଯିବ ସେ ଦିଗରେ ମଧ୍ୟ ଆଲୋଚନା କରିଥିଲେ। ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର ଓ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ତାଙ୍କୁ ମିଶନ୍ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜାଗାମିଶନରେ ଅନ୍ତଭୂକ୍ତ ପୌରପାଳିକାର ୧୭ନଂ ୱାର୍ଡ ସୁଇପର କଲୋନୀକୁ ସେ ପରିଦର୍ଶନ କରିବା ସହିତ ନର୍ମାଣାଧୀନ ଆବାସ ଗୃହ ଗୁଡିକର କାର୍ଯ୍ୟ ଅଗ୍ରଗତି ଉପରେ ସନ୍ତୋଷ ପ୍ରକାଶ କରିଥିଲେ।
Comments are closed.