www.samajalive.in
Friday, December 5, 2025
17.1 C
Bhubaneswar

ଭ୍ରାମ୍ୟମାଣ ହୋମିଓ ସ୍ୱାସ୍ଥ୍ୟସେବା ଶିବିର

ବଡ଼ସାହି : ପିଡବ୍ଳୁଡି ବଙ୍ଗଳାରେ ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଭ୍ରାମ୍ୟମାଣ ହୋମିଓ ସ୍ୱାସ୍ଥ୍ୟସେବା ଶିବିର ବୁଧବାର ବରିଷ୍ଠ ଭାଜପା ନେତା ମାନସ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟଅତିଥି ଭାବେ ଜିଲା ଭାଜପା ଉପସଭାପତି ସୁନୀଲ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ଆୟୁର୍ବେଦ ଡାକ୍ତର ସନତ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର ଜେନା, ନାଏବ ସରପଞ୍ଚ ଦୀପକ ବାରିକ, ମହେଶ ତ୍ରୀପାଠୀ ପ୍ରମୁଖ ସ୍ୱାସ୍ଥ୍ୟସେବା, ସଚେତନ ଓ ପରାମର୍ଶ ମାଧ୍ୟମରେ ରୋଗର ଉପଶମ କିପରି କରିହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଶିବିରରେ ବହୁ ରୋଗୀ ଉପସ୍ଥିତ ରହି ନିଜର ରୋଗ ସମ୍ବନ୍ଧୀୟ ଔଷଧ ସେବନ କରିଥିଲେ। ସ୍ତ୍ରୀ, ଶିଶୁ ଓ ପୁରାତନ ରୋଗର ଅଭିଜ୍ଞ ଚିକିତ୍ସକ ଡାକ୍ତର ହେମେନ୍ଦ୍ର କୁମାର ରାଉତଙ୍କ ନିକଟରେ ଶତାଧିକ ରୋଗୀମାନେ ଉପସ୍ଥିତ ହୋଇ ଔଷଧ ସେବନ ଓ ପରାମର୍ଶ ଗ୍ରହଣ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories