www.samajalive.in
Friday, December 5, 2025
27.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ‘ଏମଆଇ-୮ ପ୍ରୋ’

ନୂଆଦିଲ୍ଲୀ : ଜିଓମୀ କମ୍ପାନୀ ଲଣ୍ଡନରେ ତାର ଏକ କାର୍ଯ୍ୟକ୍ରମରେ ନିଜର ଏକ ନୂଆ ସ୍ମାର୍ଟଫୋନ ‘ଏମଆଇ-୮ ପ୍ରୋ’ ଲଞ୍ଚ କରିଛି। ଜିଓମୀ ଏହି ଫୋନର ଅନେକ ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର କରିଛି। ଫଟୋରୁ ଜଣାପଡିଛି ‘ଏମଆଇ-୮ ପ୍ରୋ’ରେ ସ୍ୱଚ୍ଛ ବ୍ୟାକ କଭର ରହିଛି। ଯାହାଦ୍ୱାରା ଅ।।ପଣ ଫୋନ ଭିତରରକୁ ଦେଖିପାରିବେ। ‘ଏମଆଇ-୮ ପ୍ରୋ’ ବିଷୟରେ କହିଲେ ଏଥିରେ ଇନ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ମଳିବ। ଏହାସହିତ ଫୁଲ ଭ୍ୟୁ ଡିସେପ୍ଲେ ରହିଛି। ୨୦୧୮ ମସିହାରେ ଜିଓମୀ ନିଜର ୮ମ ଜନ୍ମଦିନ ପାଳନ କରିଛି। ଏହାକୁ ଖାସ କରିବାପାଇଁ ଏହି ଫୋନକୁ ଲଞ୍ଚ କରାଯାଇଛି।
ଏହାର ବିଶେଷତ୍ୱ ବିଷୟରେ କହିଲେ ‘ଏମଆଇ-୮ ପ୍ରୋ’ରେ ୨.୮ଜିଏଚଜେଡର ଅକ୍ଟାକୋର କ୍ୱାଲାକମ ସ୍ନାପଡ୍ରାଗନ ୮୪୫ ପ୍ରୋସେସର, ୬ଜିବି ରାମ, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୬୩୦ ଏବଂ ୧୨୮ ଜିବିର ଷ୍ଟୋରେଜ ମିଳିବ। ଯାହାକୁୂ ମେମୋରୀ କାର୍ଡଦ୍ୱାରା ବଢାଇପ।।ରିବେ। ଏହାବ୍ୟତୀତ ଫୋନରେ ୧୨+୧୨ର ଡୁଆଲ ରିୟର କ୍ୟାମେରା, ୨୦ମେଗାପିକ୍ସେଲର ଆଗପଟ କ୍ୟାମେରା ଏବଂ ୬.୨୧ ଇଞ୍ଚର ସୁପର ଏମୋଲେଡ ଡିସପ୍ଲେ ସିଳିବ ଯାହାର ରିଜୋଲ୍ୟୁସନ ୧୦୮୦+୨୨୪୮ ରହିଛି। ‘ଏମଆଇ-୮ ପ୍ରୋ’କୁ ୩୦୦୦ଏମଏଚର ବ୍ୟାଟେରୀ ସହିତ ଲଞ୍ଚ କରାଯାଇଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories