www.samajalive.in
Monday, December 15, 2025
15.1 C
Bhubaneswar

ବୀରେନ ମିତ୍ର ଥିଲେ ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ

ଭୁବନେଶ୍ୱର: କଟକ ସହରର ଗରିବ ଲୋକଙ୍କ ଆଶା ଭରସାର ପ୍ରତୀକ ତଥା ସେମାନଙ୍କ ଆପଦ ବିପଦରେ ସେମାନଙ୍କ ସମସ୍ୟା ସମାଧାନ କରି ସେମାନଙ୍କୁ ଆର୍ଥିକ ସହାୟତା ଦେଇ ପରିଣତ ବୟସରେ ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ହୋଇଥିବା ସେହି ଜନପ୍ରିୟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ୪୫ତମ ଶ୍ରାଦ୍ଧୋତ୍ସଵ ପାଳିତ ହୋଇଛି । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି ।

ଏହି ଉତ୍ସବରେ ଯୋଗଦେଇ ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ବିଧାୟକ ତଥା ବୀରେନ ମିତ୍ର ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଉଇ ଫର ଭୁବନେଶ୍ୱର ସଂଯୋଜକ ନରେନ ସାହୁ, ବିଜୟ ପରିଡା, ଅଧ୍ୟାପକ ଡ଼ଃ ରଙ୍ଗାଧର ସାହୁ, ଗିରିଜା ଶଙ୍କର ମହାପାତ୍ର, ସରୋଜିନୀ ମିଶ୍ର, ସଂଯୁକ୍ତା ମିଶ୍ର, ସୁଧାଂଶୁ ଶେଖର ତ୍ରିପାଠୀ ପ୍ରମୁଖ ନିଜ ବକ୍ତବ୍ୟରେ ବୀରେନ ମିତ୍ରଙ୍କ ଗୁଣାବଳୀ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ଥାନୀୟ କର୍ପୋରେଟର ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇନଜୀବୀ ଓ ସାମାଜିକ ସଙ୍ଗଠକ ସୁଧାଂଶୁ ଶେଖର ତ୍ରିପାଠୀଙ୍କୁ ବୀରେନ ମିତ୍ର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories