www.samajalive.in
Monday, December 15, 2025
15.1 C
Bhubaneswar

ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ଓ ରାଜଧାନୀ ଚିକିତ୍ସାଳୟ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର: ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ ତଥା ରାଜଧାନୀ ଚିକିତ୍ସାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଗବେଷଣା ଓ ଆନ୍ତଃ-ଶିକ୍ଷା ବିନିମୟ ଆଭିମୁଖ୍ୟ ନେଇ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଓ କୁଳସଚିବ ଡ. ଅଭୟ କୁମାର ନାୟକଙ୍କ ସମେତ ଡାକ୍ତରୀ ଶିକ୍ଷା ଏବଂ ଅନୁସନ୍ଧାନର ସ୍ନାତକୋତ୍ତର ପ୍ରତିଷ୍ଠାନ ତଥା ରାଜଧାନୀ ଚିକିତ୍ସାଳୟ ନିର୍ଦେଶକ ପ୍ରଫେସର ନିବେଦିତା ପାଣିଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହୋଇଥିବା ଏହି ଚୁକ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷା ଓ ଗବେଷଣା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯାହା ଆନ୍ତବିଷୟକ ଅଧ୍ୟୟନ ଓ ଗବେଷଣାରେ ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେବ।

- Advertisement -

ଓଡ଼ିଶାରେ ଜନସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଉଥିବା ଦୁଇଟି ଅଗ୍ରଣୀ ଅନୁଷ୍ଠାନ ଏକାଠି ଆଗକୁ ବଢିବା ଅତ୍ୟନ୍ତ ପ୍ରଶଂସନୀୟ। ଏହି ସହଯୋଗ ପାରସ୍ପରିକ ଭାବେ ଲାଭଦାୟକ ହେବ ଏବଂ ସହଭାଗୀତା କାର୍ୟ୍ୟକ୍ରମକୁ ସୁଗମ କରିବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ସହୟୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ ମନସ୍ତତ୍ତ୍ବ ବିଭାଗ ମୁଖ୍ୟ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ, ରାଜଧାନୀ ଚିକିତ୍ସାଳୟ ଅଧିକ୍ଷକ ପ୍ରଫେସର ସୂଜାତା ମିଶ୍ର, ଅତିରିକ୍ତ ନିର୍ଦେଶକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories