www.samajalive.in
Sunday, December 14, 2025
23.1 C
Bhubaneswar

ମାହେଶ୍ୱରୀ ପ୍ରସାଦ ମେମୋରିଆଲ ନକଆଉଟ କ୍ରିକେଟ ପ୍ରତିଯୋଗିତା ଆରମ୍ଭ, ଚଣାଲୀମାକୁ ହରାଇ ଜଗନ୍ନାଥପୁର ବିଜୟୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡସ୍ଥିତ ମାହେଶ୍ୱରୀ ପ୍ରସାଦ ଖେଳପଡିଆଠାରେ ଲାଞ୍ଜିଗଡ କ୍ରିକେଟ କ୍ଳବ ଆନୁକୂଲ୍ୟରେ ମାହେଶ୍ୱରୀ ପ୍ରସାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ମ୍ୟାଚ୍ ଚଣାଲୀମା ଓ ଜଗନ୍ନାଥପୁର ଦଳ ମଧ୍ୟରେ ହୋଇଥିଲା। ଚଣାଲୀମା ଦଳ ପ୍ରଥମେ ଟସ ଜିତି ଫିଲଡିଂ କରିଥିଲା। ଜଗନ୍ନାଥପୁର ଦଳ ବ୍ୟାଟିଂ କରି ୧୨ ଓଭର ୫ ଉଇକେଟ ବିନିମୟରେ ୧୨୦ ରନ୍ କରିଥିଲା।

ଏହାର ଜବାବରେ ଚଣାଲୀମା ଦଳ ୧୦.୫ ଓଭରରେ ସମସ୍ତ ଉଇକେଟ ହରାଇ ବିନିମୟରେ ୯୫ ରନ୍ କରି ଜଗନ୍ନାଥପୁର ଦଳ ଠାରୁ ପରାଜୟ ବରଣ କରିଥିଲା। ଏହି ମ୍ୟାଚରେ ଜଗନ୍ନାଥପୁର ଦଳ ୨୫ ରନରେ ବିଜୟୀ ହୋଇଥିଲା। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ଜୋନ୍-୨ ଜିଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଲାଞ୍ଜିଗଡ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂହଦେଓ, ଲାଞ୍ଜିଗଡ ପୂର୍ବତନ ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେଶନିଆ, ସମାଜସେବୀ ସୁବାଷ ଅଗ୍ରୱାଲ ଓଁକାର ଆଚାର୍ଯ୍ୟ, ଶାନ୍ତନୁ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

ଏହି ପ୍ରତିଯୋଗିତା ୨୫ ତାରିଖ ଠାରୁ ଆରମ୍ଭ ହେଇ ଆସନ୍ତା ମାସ ୬ ତାରିଖରେ ଶେଷ ହେବାକୁ ଥିବା ବେଳେ ଏଥିରେ ୧୬ ଟି ଦଳ ସାମିଲ ହେଇଛନ୍ତି ବୋଲି ଲାଞ୍ଜିଗଡ କ୍ରିକେଟ କ୍ଳବ ତରଫରୁ ସୂଚନା ଦିଆଯାଇଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories