ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ତେଣୁ କ୍ଷୟକ୍ଷତି ଘଟିଥିବା ଜିଲାଗୁଡ଼ିକ ତୁରନ୍ତ ବିଭିନ୍ନ ସ୍ଥାନର କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ସାହାଯ୍ୟ ଆୟୁକ୍ତଙ୍କ ନିର୍ଦେଶ ଜାରି କରିଛନ୍ତି।
କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ ସରବରାହ ତୁରନ୍ତ ପୁନର୍ବାହାଲ, ଗଛ ପଡ଼ିଥିଲେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେଇ ସଫା, ଗଛ ସଫା କରି ତୁରନ୍ତ ବିଜୁଳି ବ୍ୟବସ୍ଥା ଚାଲୁ କରିବା ସହିତ ଝଡ଼ରେ ଭାଙ୍ଗିଥିବା ଘରଗୁଡ଼ିକର କ୍ଷୟକ୍ଷତି ତଥ୍ୟ ଦେବାକୁ ଜିଲାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି। କାଳବୈଶାଖୀ ସମୟରେ ଜୀବନହାନି ଘଟିଥିଲେ ବା ଆହତ ହୋଇଥିଲେ ରିପୋର୍ଟ କରିବାକୁ କହିଛନ୍ତି।



