MEllora 950×100

୨୦୨୫ ଟାର୍ଗେଟ, ଦେଶରୁ ଦୂର ହେବ ଯକ୍ଷ୍ମା

ଡେସ୍କ: ୨୦୨୫ ସୁଦ୍ଧା ଭାରତରୁ ଯକ୍ଷ୍ମା ରୋଗ ମୁଳୋତ୍ପାଟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ସାରା ବିଶ୍ୱରେ ଏଥିପାଇଁ ୨୦୩୦ ସମୟସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଭାରତ ରହର ୫ ବର୍ଷ ପୂର୍ବରୁ ଲକ୍ଷ ହାସଲ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ଜେନେଭା ଠାରେ ଆୟୋଜିତ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମେଳନର କ୍ୱାଡ଼ ପ୍ଲସ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ଯକ୍ଷ୍ମା ରୋଗର ପ୍ରଭାବ ହ୍ରାସ କରିବା ଲାଗି ନିଜସ୍ୱ ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ୨୦୧୫ରୁ ୨୦୨୨ ମଧ୍ୟରେ ବିଶ୍ୱ ସ୍ଥରରେ ଯକ୍ଷ୍ମା ସଂକ୍ରମଣରେ ୧୦ ପ୍ରତିଶତ ହ୍ରାସ ହୋଇଥିବା ବେଳେ ଭାରତରେ ୧୩ ପ୍ରତିଶତ ହ୍ରାସ ପାଇଛି।

ସେହି ସମୟ ମଧ୍ୟରେ ଯକ୍ଷ୍ମା ମୃତ୍ୟୁ ହାର ୧୫ ପ୍ରତିଶତ ଭାରତରେ ହ୍ରାସ ପାଇଥିବା ବେଳେ ବିଶ୍ୱ ସ୍ଥରରେ ତାହା ମାତ୍ର ୫.୯ ପ୍ରତିଶତ ରହିଥିଲା। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଯେତେ ଦୂରରେ ଥିଲେ ମଧ୍ୟ ଯକ୍ଷ୍ମା ସଂକ୍ରମିତଙ୍କୁ ଆବଶ୍ୟକ ପରୀକ୍ଷା, ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ସରକାର ସମସ୍ତ ବ୍ୟବସ୍ତା କରିଛନ୍ତି।

Comments are closed.