www.samajalive.in
Saturday, December 6, 2025
19.1 C
Bhubaneswar

ଖାଦ୍ୟ ଖାଇବାର ସଠିକ୍‍ ସମୟ

ସଠିକ୍‍ ସମୟରେ ଖାଦ୍ୟ ଖାଇବା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ। କାରଣ ଆମ ଖାଦ୍ୟପେୟ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଭିନ୍ନ ଭିନ୍ନ ଖାଦ୍ୟର ପ୍ରକାର ଭେଦ ଶରୀର ପାଇଁ ଲାଭଦାୟକ ହେବା ସହ ଶରୀର ଉପରେ ଏହାର କୁପ୍ରଭାବ ମଧ୍ୟ ପକାଇଥାଏ। ସଠିକ ସମୟରେ ଖାଦ୍ୟ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। ଖାଦ୍ୟରୁ ସଠିକ ପରିମାଣରେ ପୋଷଣ ପାଇବାକୁ ହେଲେ ଠିକ୍‍ ସମୟରେ ଠିକ୍‍ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଜାଣନ୍ତୁ ଶରୀର ପାଇଁ କେଉଁ ସମୟରେ ଖାଦ୍ୟ ଓ ପାନୀୟ ଆବଶ୍ୟକ ….
ସକାଳୁ ଉଠି ପ୍ରଥମେ ଖାଲି ପେଟରେ ପାଣି ପିଇବା ଉଚିିତ। ପାଣିକୁ ସାମାନ୍ୟ ଉଷୁମ କରି ମଧ୍ୟ ପିଇପାରିବେ। ଏହାଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ସକାଳୁ ଉଠିବାର ୧ ରୁ ୨ ଘଣ୍ଟା ମଧ୍ୟରେ ଜଳଖିଆ ଖାଇବା ଉଚିତ। ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ। କାର୍ଯ୍ୟ କରିବାକୁ ମଧ୍ୟ ଇଚ୍ଛା ହୋଇଥାଏ। ହାଲିଆ ଲାଗିନଥାଏ।
ଖରାବେଳର ଖାଦ୍ୟ ଦିନ ୧ଟାରେ ଖାଇବା ଉଚିତ । ଫଳରେ ସକାଳର ଜଳଖିଆ ଓ ଖରାବେଳର ଖାଦ୍ୟ ମଧ୍ୟରେ ଅଧିକ ବ୍ୟବଧାନ ହୋଇନଥାଏ। ଏହାଦ୍ୱାରା ଖାଦ୍ୟରୁ ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମିଳିଥାଏ।
ରାତ୍ରିର ଭୋଜନ ସର୍ବଦା ୮ଟା ମଧ୍ୟରେ ଖାଇବା ଉଚିତ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories