www.samajalive.in
Saturday, December 6, 2025
16.1 C
Bhubaneswar

ଏପରି ନିଅନ୍ତୁ ଶୀତଦିନେ ମୁହଁର ଯତ୍ନ

ଶୀତ ଦିନ ଆରମ୍ଭ ହୋଇଯାଇଛି। ଶୀତଦିନ ଆରମ୍ଭ ହେବା ସହ ଆମକୁ ନିଜ ତ୍ବଚାର କିଛି ଧ୍ୟାନ ନେବା ଅତ୍ୟନ୍ତ ଆବଶ୍ୟକ ଅଟେ। ଏହିଦିନରେ ମୁହଁର ଠିକ ଭାବେ ଧ୍ୟାନ ନେବାକୁ ପଡିଥାଏ। ଶୀତଦିନେ ମୁହଁରେ ଶୁଷ୍କତା ଦେଖା ଦେଇଥାଏ। ଏପରି ହେବା ଦ୍ବାରା ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ଶୀତ ରାତିରେ କିଛି ସମୟ ନିଜ ମୁହଁର ସଠିକ ଭାବେ ଯତ୍ନ ନେବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟ ଠିକ ରହିଥାଏ।

ଆସନ୍ତୁ ଜାଣିବା ଶୀତ ରାତିରେ ମୁହଁର କିପରି ଯତ୍ନ ନେବା ..ଶୋଇବା ପୂର୍ବରୁ ମୁହଁକୁ ସଫା କରିବା :

- Advertisement -

ଶୀତ ରାତିରେ ମୁହଁକୁ ସଠିକ ଭାବେ ଧୋଇବା ଦ୍ବାରା ସୌନ୍ଦର୍ଯ୍ୟ ବଜାୟ ରହିଥାଏ। ଏପରି କରିବା ଦ୍ବାରା ମୁହଁରେ ଲାଗିଥିବା ଧୂଳି ସଫା ହୋଇଯାଇଥାଏ। ଏହାଦ୍ବାରା ସକାଳେ ଆପଣଙ୍କ ମୁହଁ ସତେଜ ରହିଥାଏ।

କ୍ଲିଜିଙ୍ଗ ତେଲ ବ୍ୟବହାର କରିବା :

ମୁହଁର ଶୁଷ୍କତା ଦୂର କରିବା ପାଇଁ କ୍ଲିଜିଙ୍ଗ ତେଲ ବ୍ୟବହାର କରିବା ଉଚିତ। ଏହା ମୁହଁରୁ ଅପରିଷ୍କାର ଜୀବାଣୁ ଦୂର କରିଥାଏ। ଯାହାଦ୍ବାରା ମୁହଁ ଅଧିକ ଆକର୍ଷଣୀୟ ଦେଖାଯାଏ। ଏହି ତେଲ ଅଏଲି ସ୍କିନ ଥିବା ବ୍ୟକ୍ତିଙ୍କ ପାଇଁ ଲାଭକାରୀ ଅଟେ।ଶୋଇବା ପୂର୍ବରୁ ମଶ୍ଚୁରାଇଜର ଲଗାନ୍ତୁ :

ଶୋଇବା ପୂର୍ବରୁ ମୁହଁରେ ମଶ୍ଚୁରାଇଜର ଲଗାଇବା ଉଚିତ। ଏହା ମୁହଁକୁ ସତେଜ ରଖିବାରେ ସହାୟକ ହୋଇଥାଏ। ରାତିରେ ଏହାକୁ ମୁହଁରେ ଲଗାଇବା ଦ୍ବାରା ସକାଳେ ସତେଜ ଦେଖାଯାଇଥାଏ।

ମେକଅପ ଛଡାଇ ଦିଅନ୍ତୁ :

ଶୋଇବା ପୂର୍ବରୁ ସର୍ବଦା ମେକଅପ ଛଡାଇ ଦିଅନ୍ତୁ। ମେକଅପ ଲଗାଇ ଶୋଇବା ଦ୍ବାରା ମୁହଁ ଅଧିକ ଶୁଷ୍କ ହୋଇ ଯାଇଥାଏ। ମେକଅପ ଛଡାଇ ଶୋଇବା ଦ୍ବାରା ମୁହଁ କୁଣ୍ଡାଇ ହେବା ଏବଂ ପୋଡାଜଳା କମ୍ ହୋଇଥାଏ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories