www.samajalive.in
Monday, December 15, 2025
17.1 C
Bhubaneswar

ଆୟଠାରୁ ୧୭୯ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ, ଗାଇସିଲେଟ ଆଇଆଇସିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ବର: ବରଗଡ଼ ଗାଇସିଲେଟ ଆଇଆଇସି ବୀରବର ଭଗତ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଭିଜିଲାନ୍ସ ପକ୍ଷରୁ ଆଇଆଇସି ବୀରବର ଭଗତଙ୍କୁ ଗିରଫ କରିଛି। ଆୟଠାରୁ ୧୭୯ ପ୍ରତିଶତ ଅଧିକ ସମ୍ପତ୍ତି ଆହରଣ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ସେ ତାଙ୍କ ଆୟ ଠାରୁ ୧୭୯% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଯାଞ୍ଚ ବେଳେ ଜଣାପଡ଼ିଛି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଆଇସି ବୀରବର ଭଗତଙ୍କର ଚାରୋଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ନାମରେ ଓ ପରିବାର ଲୋକଙ୍କ ନାମରେ ଥିବା ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ଥିବା ଜଣାପଡ଼ିଥିଲା।

- Advertisement -

ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଙ୍ଗୁଳିପଡ଼ାରେ ବୀରବର ଭଗତଙ୍କର ଗୋଟିଏ ଦୁଇମହଲା କୋଠା ଅଛି। ଏହାର ମୂଲ୍ୟ ୭୭ ଲକ୍ଷ ଟଙ୍କା। ସମ୍ବଲପୁରର କବରପଲି ମୌଜାରେ ତାଙ୍କର ଗୋଟିଏ ଫାର୍ମ ହାଉସ ରହିଛି। ଏହି ଫାର୍ମ ହାଉସର ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ସମ୍ବଲପୁର ସହର, ବଣେଇ ଓ ସୁନ୍ଦରଗଡ଼ରେ ବୀରବରଙ୍କର ଅନେକ ଜମି ରହିଛି। ଏହି ସବୁ ଜମିର ମୂଲ୍ୟ ୧.୧୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ବ୍ୟାଙ୍କ ଓ ବୀମା ଜମା ବାବଦକୁ ତାଙ୍କର ୧୬.୬୮ ଲକ୍ଷ ଟଙ୍କା ଅଛି। ତାଙ୍କ ଠାରୁ ୧୬୬ ଗ୍ରାମ ସୁନାଗହଣା ଓ ନଗଦ ୭୯ ହଜାର ୪୬୦ ଟଙ୍କା ଜବତ କରାଯାଇଛି। ତାଙ୍କର ଦୁଇଟି ଚାରି ଚକିଆ ଗାଡ଼ି ରହିଛି, ଯାହାର ମୂଲ୍ୟ ୧୩ ଲକ୍ଷ ୬୫ ହଜାର ଟଙ୍କା ବୋଲି ଜଣାପଡ଼ିଛି।

ସେହିପରି ତାଙ୍କର ୨ଟି ଦୁଇ ଚକିଆ ଗାଡ଼ି ଓ ଘରକରଣା ଜିନିଷର ମୂଲ୍ୟ ୯.୪୧ ଲକ୍ଷ ଟଙ୍କା ହିସାବ କରାଯାଇଛି। ଗିରଫ ପରେ ବୀରବରଙ୍କୁ ଭିଜିଲାନ୍ସ ପକ୍ଷରୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories