www.samajalive.in
Sunday, December 14, 2025
17.1 C
Bhubaneswar

ଦେବ ବିବାହ ପାଇଁ ନିମନ୍ତ୍ରଣ ଦେଲେ ନୃସିଂହ, ପିତ୍ରାଳୟରେ ପାର୍ବତୀଙ୍କ ବନ୍ଦାଣ ଉତ୍ସବ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ବୃହତ୍ତମ ଗଣପର୍ବ ଶୀତଳଷଷ୍ଠୀର ଶୁଭାରମ୍ଭ ଶନିବାର ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡ଼ାର ବଂ ବରାଡ ବାଲୁଙ୍କେଶ୍ୱର ଙ୍କ ପତ୍ରପେଣ୍ଡି ନିତି ସହିତ ହୋଇଯାଇଛି। ସପ୍ତାହବ୍ୟାପି ସମ୍ପୁର୍ଣ୍ଣ ଲୋକାଚାର ନିତିରେ ପାଳିତ ହେଉଥିବା ଶୀତଳଷଷ୍ଠୀ ଉତ୍ସବର ଦ୍ୱିତୀୟ ଦିନ ରବିବାର ସାଧାରଣ ବିବାହ ପରି ସକାଳ ୮ ଟା ୩୦ ରେ ନନ୍ଦପଡ଼ାର ମହିଳା ମାନେ ଦେବୀ ପାର୍ବତୀଙ୍କୁ ଶଙ୍ଖ, ହୁଳହୁଳି, ଦୁଲଦୁଲି, ଘଣ୍ଟ ବାଦ୍ୟ ର ଆସରରେ ତାଙ୍କର ମାତାପିତାଙ୍କ ଘର (ଜଗନ୍ନାଥ କଲୋନୀ, ବୁଢ଼ାରଜା) କୁ ନେଇ ମୁଗଜବାର ବନ୍ଦାଣ ଓ ମାଙ୍ଗଳିକ ଶ୍ରାଦ୍ଧ ରିତି ସମ୍ପନ୍ନ କରିଥିଲେ। ଏହା ପରେ ବିବାହ ପାଇଁ ପାର୍ବତୀଙ୍କର ପିତ୍ରାଳୟରେ ମଙ୍ଗଳ ହାଣ୍ଡି ସ୍ଥାପିତ ହୋଇଥିଲା। ଏହି ନିତି ପରେ ଆନୁଷ୍ଠିକ ଭାବରେ କନ୍ୟାପକ୍ଷରୁ ଦେବପିତୃ ନିମନ୍ତ୍ରଣ ଓ ବନ୍ଧୁବାନ୍ଧବ ଙ୍କୁ ନିମନ୍ତ୍ରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ନିତି ସମ୍ପନ୍ନ ହେବା ପରେ ଦିନ ପ୍ରାୟ ୧୨ଟା ସମୟରେ ପୁନଃ ମାତା ପାର୍ବତୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସ୍ମରଣୀୟ ଯୋଗ୍ୟ ଯେ, ମହାଦେବ ନିଜେ ସ୍ୱୟଂଭୂ ହୋଇଥିବାରୁ ତାଙ୍କର ପିତା ଓ ମାତା ନାହାନ୍ତି। ଏଣୁ ତାଙ୍କର ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନ କରା ନ ଯାଉଥିବା ବେଳେ ମାତା ପାର୍ବତୀ ପର୍ବତରାଜ ହିମାଳୟ ଙ୍କ ପୁତ୍ରୀ ରୂପେ ଜନ୍ମ ନେଇଥିବାରୁ ତାଙ୍କର ପିତ୍ରାଳୟରେ ମୁଗଜବାର ଓ ମଙ୍ଗଳ ହାଣ୍ଡି ରିତି ପାଳନ କରାଯାଇଥାଏ। ସାଧାରଣ ବିବାହ ନିତି ଅନୁଯାୟୀ ମହିଳା ମାନଙ୍କ ଦ୍ୱାରା ଏହି ରିତିନିତି ପାଳନ କରାଯାଉଥିବାରୁ ଏହି ରିତିକୁ ଅଞ୍ଚଳର ମହିଳାମାନେ ପାର୍ବତୀଙ୍କର ପିତ୍ରାଳୟରେ ତାଙ୍କର ମାତା ଓ ପାଖପଡ଼ିଶା ର ମହିଳା ମାନଙ୍କର ସହିତ ମିଶି ପାଳନ କରିଥାନ୍ତି।

ଏହା ପରେ ରାତ୍ରିରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କର ବିବାହ ପାଇଁ ବିଷ୍ଣୁ ଙ୍କର ଅବତାର ଶ୍ରୀ ଶ୍ରୀ ନୃସିଂହ ମହାପ୍ରଭୁ ଙ୍କ ଦ୍ୱାରା ନିଉତା (ନିମନ୍ତ୍ରଣ) ନିତି ସମ୍ପନ୍ନ କରାଯାଇଥିଲା। ଅରୁଣକାନ୍ତି ମିଶ୍ର, ଅବିନାଶ ମିଶ୍ର, ସନତ ନନ୍ଦ ଓ ଚକ୍ରଧର ମିଶ୍ର ଙ୍କ ଦ୍ୱାରା ଶ୍ରୀ ନୃସିଂହ ଙ୍କୁ ବେଶ ଭୂଷଣ କରାଯାଇଥିଲା। ପରାମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ପରେ ରବିବାର ରାତ୍ର ୮ଟାରେ ନୃସିଂହ ମହାପ୍ରଭୁ ଏକ ସୁସଜ୍ଜିତ ରଥରେ ରଥାରୁଢ ହୋଇ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଗୁଡିକୁ ଯାଇ ସମସ୍ତ ଦେବତା ଓ ଦେବୀମାନଙ୍କୁ ମହାଦେବ ଓ ମାତା ପାର୍ବତୀ ଙ୍କ ବିବାହ ନିମନ୍ତେ ନିଉତା (ନିମନ୍ତ୍ରଣ) ପ୍ରଦାନ କରିଛନ୍ତି। ବାଲୁଙ୍କେଶ୍ୱର ମନ୍ଦିର ରେ ପରିସରରେ ଥିବା ପଞ୍ଚବକ୍ର, ଦୁର୍ଗା, ଭୈରବ ଙ୍କୁ ନୃସିଂହ ମହାପ୍ରଭୁ ପ୍ରଥମେ ନିଉତା ଦେବା ପରେ ବାରିହା ମନ୍ଦିର, ବ୍ରହ୍ମପୁରା ମନ୍ଦିର, କଂସଲେଇ ମନ୍ଦିର, ସତ୍ୟବାଦୀ ମନ୍ଦିର, ମଦନମୋହନ ମନ୍ଦିର, ଲିଆଖାଇ ମନ୍ଦିର, ବାଟମଙ୍ଗଳା ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ହନୁମାନ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଦଧିବାବନ ମନ୍ଦିର ଆଦି ବିଭିନ୍ନ ମନ୍ଦିର ଗୁଡିକୁ ଯାଇ ଦେବାଦେବୀ ମାନଙ୍କୁ ଗୁଆ, ପଇତା, ହଳଦୀଆ କପଡ଼ା, ନଡିଆ ଓ ମିଠେଇ ଦେଇ ମହାଦେବ ଓ ପାର୍ବତୀଙ୍କର ଲୌକିକ ବିବାହ ପାଇଁ ନିଉତା ଦେଇ ବିବାହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ। ନୃସିଂହ ମହାପ୍ରଭୁ ଭବ୍ୟ ଶୋଭାଯାତ୍ରାରେ ପାରମ୍ପରିକ ଦୁଲଦୁଲି, ଧମାଲ ବାଜା, ଘଣ୍ଟ ବାଦ୍ୟ, ଶଙ୍ଖ ଓ ଆକର୍ଷଣୀୟ ଆଲୋକ ମଧ୍ୟରେ ମନ୍ଦିର ମାନଙ୍କୁ ଯାଇ ନିମନ୍ତ୍ରଣ ଦେଇଥିଲେ।

- Advertisement -

ଏହି ରିତି ପାଳନ ସମୟରେ ବରପିତା ରାମ ଚରଣ ମିଶ୍ର, ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟୀର ସଭାପତି ପ୍ରଶାନ୍ତ କୁମାର ବରାଇ, ମିଳିତ ସମନ୍ୱୟ ସମିତିର ସଭାପତି ଫଣିଭୂଷଣ ମିଶ୍ର, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ମିଶ୍ର, ଆଶିଷ ବାବୁ, ଭୁବନ ମୋହନ ମିଶ୍ର, ବିଷ୍ଣୁ ପ୍ରସାଦ ପାଢ଼ୀ, ସୁଶ୍ରୀତ ମିଶ୍ର, ପ୍ରଭୁଦତ୍ତ ପଣ୍ଡା, ବାଲଗୋପାଳ ନନ୍ଦ, ନିରମାନନ୍ଦ ମିଶ୍ର, ଚକ୍ରଧର ମିଶ୍ର, ଅତ୍ୟୁଚ ମିଶ୍ର, ଆଶୁତୋଷ ମିଶ୍ର, ଶିବ ମିଶ୍ର, ଦୁର୍ଗାମାଧବ ମିଶ୍ର, ମାନସ ରଥ, ବିରାଜ କୁମାର ମିଶ୍ର, ବିଟୁ ନାୟକ, ଫାଲଗୁନୀ ବାରିକ, ସୋମ୍ୟ ମିଶ୍ର, ଙ୍କ ସମେତ ଶତାଧିକ କମଟୀ କର୍ମକର୍ତ୍ତା ସାମିଲ ହୋଇଥିଲେ। ସୋମବାର ପୁର୍ବାହ୍ନରେ ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ସୋମନାଥ ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ଦୁର୍ଗାପାଲୀର ଦୁର୍ଗା ମନ୍ଦିର କୁ ଦେବ ବିବାହ ପାଇଁ ନିମନ୍ତ୍ରଣ ଦିଆଯିବାର ନିତିକୁ ସମ୍ପନ୍ନ କରାଯିବ।

ସୁଚନାଯୋଗ୍ୟ ଯେ, ସୋମବାର ରାତ୍ର ସମୟରେ ଝାଡୁଆପଡ଼ା, ମୁଦିପଡ଼ା ସମେତ ଅନ୍ୟ କମିଟି ଗୁଡିକ ଦ୍ୱାରା ଦେବ ବିବାହ ଉତ୍ସବ ନିମନ୍ତେ ପତ୍ରପେଣ୍ଡି ନିତି ଆୟୋଜିତ ହେବ। ମଙ୍ଗଳବାର ଅପରାହ୍ନରେ ଏହି ବିବାହୋତ୍ସବରେ ସାକ୍ଷୀ ହେବା ପାଇଁ ବିଷ୍ଣୁ ଙ୍କର ଅନ୍ୟତମ ଅବତାର ସାକ୍ଷୀଗୋପିନାଥ ଙ୍କର ବିଧି ପୁର୍ବକ ଆଗମନ ହେବ। ଏଥି ସହ ରାତ୍ରରେ ଝାଡୁଆପଡ଼ା, ମୁଦିପଡ଼ା ସହ ଅନ୍ୟାନ୍ୟ ଯାତ୍ରା କମିଟୀ ମାନଙ୍କ ଦ୍ୱାରା ହନୁମାନ ନିଉତା ନିତି ସମ୍ପନ୍ନ କରାଯିବ। ବୁଧବାର ରାତ୍ରରେ ଦେବ ବିବାହ, ଗୁରୁବାର ଯୁଗଳ ଦର୍ଶନ ଶୋଭାଯାତ୍ରା ଓ ଶୁକ୍ରବାର ଅପରାହ୍ନରେ ମହାଦେବ ଓ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ହେବ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories