www.samajalive.in
Sunday, December 14, 2025
23.1 C
Bhubaneswar

ଲିଙ୍ଗଗତ ବୈଷ୍ୟମତା ଓ କମ୍ପ୍ୟୁଟର ଉପରେ ଯୁବ ପ୍ରଶିକ୍ଷଣ ଶିବିର

ସମ୍ବଲପୁର: ସମ୍ବଲପୁରର ସାର୍ବଜନୀନ ପାଠାଗାର ଠାରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହି କ୍ରମରେ ରବିବାର ଷଷ୍ଠ ସପ୍ତାହରେ ମାଁ ବାଗଦବେୀ ଙ୍କ ପୂଜା ଓ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ପରେ ୨ଟି ପର୍ଯ୍ୟାୟରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଲିଙ୍ଗଗତ ବୈଷ୍ୟମତା ବିଷୟବସ୍ତୁ ଉପରେ ପ୍ର. ନିରୁପମା ବଡପଣ୍ଡା ପ୍ରଶିକ୍ଷଣ ଦେଇ ଆମ ସମାଜ ଓ ପରିବାରର ଦୈନନ୍ଦିନ ଜୀବନରେ ପୁଅ ଝିଅ ଓ ସ୍ତ୍ରୀ ପୁରୁଷ ମଧ୍ୟରେ ଥିବା ବୈଷ୍ୟମତା କୁ ଏକ ଅନ୍ଧବିଶ୍ୱାସ ବୋଲି ଅଭିହିତ କରିଥିଲେ। ଏହାର ନିରାକରଣ ଉପରେ ବିଭିନ୍ନ ଉଦାହରଣ ସହିତ ବିଶଦ ଆଲୋଚନା କରିଥିଲେ। ଦ୍ୱିତୀୟ ଅଧିବେଶନକୁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଶାରଦ ଡ. ସାଗରିକା ମିଶ୍ର ମୋବାଇର ବ୍ୟବହାର ଓ ଅପବ୍ୟବହାର ଉପରେ ତଥ୍ୟ ଭିତ୍ତିକ ଦୃଷ୍ଟାନ୍ତ ସହିତ ଆଲୋଚନା କରିଥିଲେ। ଯଥାସମ୍ଭବ ମୋବାଇଲ ଠାରୁ ଦୁରେଇ ରହି ଏହାର ସଦବ୍ୟବହାର ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ। ଉଭୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କର ମନରେ ରହିଥିବା ସନ୍ଦେହ ଗୁଡିକୁ ପ୍ରଶ୍ନ ଉତ୍ତରୀ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷକ ମାନେ ଦୂର କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନର ସଭାପତି ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ର. ସୁରେନ୍ଦ୍ର ପ୍ରସାଦ ପଣ୍ଡା, ପ୍ର. ମୁରଲୀ ପ୍ରେମନାଥ ନାୟକ, ସମ୍ପାଦକ ରଘୁନାଥ ମିଶ୍ର, ଡ. ଗିରିଧାରୀ ହୋତା, ବରିଷ୍ଟ ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା, ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ଡା. ଜୟଦେବ ମେହେର, ମୁକ୍ତକଣ୍ଠ ପ୍ରଧାନ, ଗୋଲକ ବିହାର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ରାଜେନ୍ଦ୍ର ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ସମଗ୍ର କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ଅଭିନନ୍ଦନ ତ୍ରିପାଠୀ, ଦେବାଶିଷ ମିଶ୍ର, ଆଦେଶ ମିଶ୍ର, ବିଜୟ ସାହୁ ଓ ସୁନନ୍ଦା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିବିରରେ ମୋଟ ୨୫ଟି ହାଇସ୍କୁଲର ୩୨ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ଜାତୀୟ ସଙ୍ଗୀତଗାନ ସହିତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories