www.samajalive.in
Sunday, December 7, 2025
26.1 C
Bhubaneswar

ଜୟପାଟଣାରେ ନୂତନ ବରିଷ୍ଠ ଦେୱାନୀ ଅଦାଲତ ଉଦଘାଟିତ

ମୁଖୀଗୁଡା :  ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଳିଧରଙ୍କ ଦ୍ଵାରା ଭରଚୁଆଲ ମୋଡ଼ରେ ଓଡିଶା ହାଇକୋର୍ଟର ଜଷ୍ଟିସ ବିଶ୍ଵନାଥ ରଥଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓ ଦୌରାଜଜ ଦୀପ୍ତି ରଞ୍ଜନ କାନୁନଗୋ, ରେଜିଷ୍ଟ୍ରାର ସିଭିଲ କୋର୍ଟ ଶ୍ରୀଦିପ ମିଶ୍ର, ନୂତନ ଭାବେ ଯୋଗ ଦେଇଥିବା ସିନିୟର ସିଭିଲ ଜଜ ଜିତେଦ୍ରିୟ ପାଣିଗ୍ରାହୀ, ଜୟପାଟଣା ସିଭିଲ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ପ୍ରତାପ ଚନ୍ଦ୍ର ପୃଷ୍ଟି , ଜୟପାଟଣା ଓକିଲ ସଂଘର ସଭାପତି, ମନୋରଞ୍ଜନ ସିଂ, ଉପ ସଭାପତି ନିହାର ରଂଜନ ବେହେରା ସଂପାଦକ ତପନ କିରଣ ପାଢ଼ୀ,କୋଷାଧ୍ୟକ୍ଷ ସୌମ୍ୟ ରଂଜନ ହୋତା , ବରିଷ୍ଠ ଓକିଲ ପ୍ରମୋଦ କୁମାର ପଣ୍ଡା, ରଜନୀକାନ୍ତ ପଣ୍ଡା, ନିହାର ରଂଜନ ବେହେରା,ପ୍ରବୀର ବେହେରା ,ସୌଦାମିନୀ ଦ୍ୱିବେଦୀ, କେଦାରନାଥ ସାହୁ ,ମଧୁମଙ୍ଗଲ ପଣ୍ଡା ,ମନୋରଞ୍ଜନ ମାଝୀଙ୍କ ସମେତ ସମସ୍ତ ଓକିଲ , ଧର୍ମଗଡ଼,କୋକସରା, କେସିଙ୍ଗା, ମଦନପୁର ରାମପୁର ,ଥୁଆମୂଳ ରାମପୁର ଓକିଲ ସଂଘର କର୍ମକର୍ତ୍ତା ମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଗତ ୨୦୧୦ ମସିହା ରୁ ଜୟପାଟଣା ଠାରେ ଦେୱାନୀ ଜଜ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତିଙ୍କ ଅଦାଲତ କାର୍ୟ୍ୟକାରୀ ହେଉଅଛି। ଦୀର୍ଘ ଦିନରୁ ସ୍ଥାନୀୟ ଜନସାଧାରଣ ଓ ଓକିଲଙ୍କ ପ୍ରଚେଷ୍ଟା ପରେ ଜୟପାଟଣା ଠାରେ ବରିଷ୍ଠ ଦେୱାନି ତଥା ସହକାରୀ ଦୌରା ଜଜ୍ ଙ୍କ ଅଦାଲତର ଉଦଘାଟନ ହୋଇଥିବାରୁ ଅଂଚଳରେ ଖୁସିର ଲହରୀ ଖେଲିଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories