ଭିରୁଡ଼ାରେ ଅବକାରୀ ଚଢଉ : ୧୬,୧୫୦ ଲିଟର ପୋଚ ଓ ୧୬୧୦ ଲିଟର ମଦ ଜବତ
ତିଗିରିଆ : ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା (ପଣସପାଟଣା) ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢଉ କରାଯାଇ ୧୬,୧୫୦ ଲିଟର ଗୁଡ ପୋଚ ଓ ୧୬୧୦ ଲିଟର ରନ୍ଧା ଦେଶୀ ମଦ ଏବଂ ବିଭିନ୍ନ ମଦ ରନ୍ଧା ଉପକରଣ ଜବତ କରାଯାଇଛି। ଏହି କ୍ରମରେ ଅବକାରୀ ବିଭାଗ ପକ୍ଷରୁ ୫ଟି ମାମଲା ରୁଜୁ ହୋଇଛି।
ଏହି ଚଢଉରେ ଆଠଗଡ଼ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ମୋବାଇଲ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲା, ଆଠଗଡ଼ ଅବକାରୀ ଉପ ନିରୀକ୍ଷକ ସୌମ୍ୟ ରଞ୍ଜନ ମାଝୀ, ମୋବାଇଲ ଅବକାରୀ ଉପ ନିରୀକ୍ଷକ ଅଜିତ କୁମାର ପାତ୍ର, ବାଙ୍କୀ ଅବକାରୀ ଉପ ନିରୀକ୍ଷକ ଦୀପକ କୁମାର ମାରାଣ୍ଡି ପ୍ରମୁଖ ଙ୍କ ସହିତ ଅବକାରୀ ବିଭାଗ ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ତେବେ ଏହି ଚଢାଉରେ କେହି ମଦ ମାଫିଆ ଗିରଫ ହୋଇ ନାହାନ୍ତି।
Comments are closed.