ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟ

ଗୋପାଳପୁର : ଗୋପାଳପୁର ଥାନା ଅର୍ନ୍ତଗତ ଆମ୍ବପୁଆ ରେଳ‌ଫାଟକ ନିକଟରୁ  ୬ ଜଣ ଦୁର୍ବୃତ୍ତ ଜଣେ ପୁଲିସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି । ଛତ୍ରପୁର ଥାନା ଅର୍ନ୍ତଗତ ଚମାଖଣ୍ଡି ଥାନାରେ କାର୍ଯ୍ୟରତ ଏଏସଆଇ ଡି. ସୁଧାର କୁମାର ଡ୍ୟୁଟି ସାରି ବ୍ରହ୍ମପୁର ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ସାଢେ଼ ୨ ଟା ବେଳେ ୨ ଟି ବାଇକରେ ୬ ଜଣ ଯୁବକ ଆମ୍ବପୁଆ ରେଳ‌ଫାଟକ ନିକଟରେ  ଠିଆ ହୋଇ ଥିଲେ ।  ହଠାତ ତାଙ୍କୁ ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ମୋବାଇଲ ଛଡ଼ାଇ ନେବା ସହ ମଟରସାଇକେଲର  ଚାବି ନେଇ ମଟରସାଇକେଲରେ ଚମ୍ପଟ ମାରିଥିଲେ। ଘଟଣା  ନେଇ ଥାନାରେ ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ସହ  ତଦନ୍ତ ଜାରି ରହିଛି।

Comments are closed.